ଦେଶ ବିଦେଶ

ମହାରାଷ୍ଟ୍ରରେ ମହାୟୁତି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡ଼ନାବିସ

ମୁମ୍ବାଇ: ବରିଷ୍ଠ ବି‌ଜେପି ନେତା‌ ଦେବେନ୍ଦ୍ର ଫଡ଼ନାବିସ ଆଜି ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ବିଶାଳ ଶପଥ ଗ୍ରହଣ ଉତ୍ସବ‌ କାର୍ଯ୍ୟକ୍ରମରେ ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ଫଡ଼ନାବିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍‌ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ହାଇ ପ୍ରୋଫାଇଲ୍‌ ନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଶପଥ କାର୍ଯ୍ୟକ୍ରମ ସମୟରେ ଆଜି ମଞ୍ଚ ଉପରେ ମହାୟୁତି ନେତାଙ୍କ ସହ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ ଏବଂ ଜେପି ନଡ୍ଡା। ଶପଥ କାର୍ଯ୍ୟକ୍ରମରେ ବଲିଉଡ ଷ୍ଟାର ଶାହରୁଖ ଖାନ୍‌, ସଲମାନ ଖାନ୍‌ ଏବଂ ରଣବୀର କପୁର ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ଶିଳ୍ପପତି ମୁକେଶ ଅମ୍ବାନି, ଅନିଲ ଅମ୍ବାନି ଏବଂ କୁମାର ମଙ୍ଗଳମ ବିର୍ଲା ପ୍ରମୁଖ ସମାରୋହରେ ଉପସ୍ଥିତ ଥିଲେ। ଆଜି ଆଜାଦ ମଇଦାନକୁ ଯିବା ପୂର୍ବରୁ ଦେବେନ୍ଦ୍ର ଫଡ଼ନାବିସ ତାଙ୍କ ମା’ଙ୍କର ଏକ ଫଟୋ ସେୟାର କରିଥିଲେ। ମା’ ତାଙ୍କ କପାଳରେ ତିଳକ ଲଗାଉଥିବା ଫଟୋ ସେୟାର କରିବା ସହ ଫଡ଼ନାବିସ ଏହାର କ୍ୟାପସନ୍‌ ରଖିଥିଲେ, ‘ ମା’ଙ୍କ ଆର୍ଶୀବାଦ ସହ ଏକ ନୂଆ ଋତୁର ଆରମ୍ଭ’। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରାୟ ୪୦ ହଜାର ଲୋକ ଯୋଗ ଦେଇଥିଲେ।

ସିନ୍ଦେ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ

ବିଜେପିକୁ ଏଥର ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ମିଳିଥିବା ବେଳେ ଫଡ଼ନାବିସ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଏବଂ ତତ୍କାଳୀନ ଅବିଭାଜିତ ଶିବସେନା ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ଫଡ଼ନାବିସ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ। କିନ୍ତୁ ଚଳିତ ଥର ଫଡ଼ନାବିସଙ୍କ ନେତୃତ୍ବରେ ମହାୟୁତି ମେଣ୍ଟକୁ ବିପୁଳ ସଫଳତା ମିଳିବା ପରେ ରାଜ୍ୟ ରାଜନୀତିର ମୋଡ଼ ବଦଳି ଯାଇଛି । ନିର୍ବାଚନ ଫଳ ବାହାରିବାର ୧୨ ଦିନ ପରେ ଆଜି ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି।

latest news
www.ndtv.com post image
କୃଷକ ପଦଯାତ୍ରା ପୂର୍ବରୁ ଅମ୍ବାଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ବନ୍ଦ୍‌
xcv post image
ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର
ବଫି post image
ଜୀବନ ବଞ୍ଚାଇଥିବା ପୁଲିସ ଅଧିକାରୀଙ୍କ ପାଇଁ ସୁଖବୀର ସିଂ ବାଦଲଙ୍କ ଭାବୁକ ପୋଷ୍ଟ
xcv post image
ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ିଲେ ଶ୍ରମିକ, ଚାଲିଗଲା ଜୀବନ
tindiaaa post image
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍: ୧୮୦ରନ କଲା ଭାରତ, ଏବେ ଅଷ୍ଟ୍ରେଲିଆର ପାଳି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button