ଦେଶ ବିଦେଶ
ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ଆଣିପାରେ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି। ଏପରିକି ଧନଖଡ଼ଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଖୁବ୍ଶୀଘ୍ର ପ୍ରସ୍ତାବ ଆଣିବା ଲାଗି ନୋଟିସ୍ ଦେବା ଉପରେ ବିରୋଧୀ ବିଚାର କରୁଛନ୍ତି। ବିରୋଧୀ ସଦସ୍ୟଙ୍କ କହିବାନୁଯାୟୀ ଗତ ଅଗଷ୍ଟରେ ଏହି ପ୍ରସ୍ତାବ ଆଣିବା ନେଇ ଯୋଜନା କରିଥିଲେ। କିନ୍ତୁ ଧନଖଡ଼ଙ୍କୁ ଆଉ ଏକ ସୁଯୋଗ ଦେବାପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସୋମବାର ଧନଖଡ଼ଙ୍କ ଆଚରଣ ସେମାନଙ୍କୁ ଏହି ପ୍ରସ୍ତାବ ଆଣିବା ଲାଗି ପ୍ରେରିତ କରିଛି। ଏକ ସୂତ୍ରରୁ ଜଣାଯାଇଛି ଯେ ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ବ ନେଇଛି। ଟିଏମ୍ସି ଓ ସପା ସମେତ ଇଣ୍ଡି ମେଣ୍ଟର ଅନ୍ୟ ଦଳ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି।