କ୍ରାଇମ

ଚାରିଆଡେ ପୂଜା ପାଇଁ ଉତ୍ସବ ଚାଲିଥିବା ବେଳେ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଲେ ପ୍ରେମୀଯୁଗଳ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ପ୍ରେମୀ ଯୁଗଳ ଟ୍ରେନ୍ ସାମ୍ନାକୁ ଡେଇଁ ଜୀବନ ହାରି ଦେଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ରବିବାର ସକାଳେ ପିହାନି ମୋଡ ଓଭର ବ୍ରିଜ ନିକଟରେ ସୀତାପୁର-ଶାହଜହାନପୁର ଯାତ୍ରୀବାହୀ ଟ୍ରେନ ସମ୍ମୁଖକୁ ଡେଇଁ ଏକ ପ୍ରେମୀଯୁଗଳ ଜୀବନ ହାରି ଦେଇଛନ୍ତି।

ଲକ୍ଷ୍ମୀପୁର ଜିଲ୍ଲାର ପାସିଗ୍ରାମ କୋତବାଲି ସୁହାନା ଗାଁର ବାସିନ୍ଦା ରାମନିବାସଙ୍କ ପୁଅ ଯଦୁବୀର ପାଖ ଗ୍ରାମରେ ରହୁଥିବା ଜ‌ଣେ ଯୁବତୀଙ୍କୁ ଅନେକ ଦିନରୁ ଭଲ ପାଇ ଆସୁଥି‌ଲେ। ଦୁହେଁ ବିବାହ କରିବାକୁ ସ୍ଥିର କରିବାରୁ ପରିବାରଲୋକଙ୍କୁ ନିଜ ସମ୍ପର୍କ ବିଷୟରେ ଜଣାଇଥିଲେ। କିନ୍ତୁ ଉଭୟଙ୍କ ପରିବାରଲୋକ ଦୁହିଁଙ୍କ ସମ୍ପର୍କରେ ରାଜି ହୋଇ ନଥିଲେ। ଆଉ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ତେଣୁ ପ୍ରେମୀଯୁଗଳ ସ୍ଥିର କରିଥିଲେ ଏକାଠି ଯଦି ବଞ୍ଚି ପାରିବେ ନାହିଁ। ତେବେ ସାଥୀ ହୋଇ ଜୀବନ ହାରିଦେବ।

ତେବେ ଚାରିଆଡେ ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ଥିବା ବେଳେ ପ୍ରେମୀଯୁଗଳ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରି ଦେଇଥିଲେ। ପ୍ରେମୀଯୁଗଳଙ୍କ ଏକାଠି ମୃତ୍ୟୁକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button