ରାଜନୀତି

ଆପ୍‌ର ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଦିଲ୍ଲୀରୁ କେଜ୍ରିଵାଲ କାଲକାଜିରୁ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ନିଜର ୩୮ ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥର ତାଲିକାରେ ମାତ୍ର ୨ଟି ପରିବର୍ତ୍ତନ କରାଯାଇଛି। କସ୍ତୁରବା ନଗର ଓ ଉତ୍ତମ ନଗରରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜିରୁ ନିର୍ବାଚନ ଲଢ଼ିବେ। ଏହାକୁ ମିଶାଇ ଦଳ ସମସ୍ତ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ୩୨ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଥିଲା, ଯେଉଁଥିରେ ଅଧିକାଂଶ ଆସନ ବଦଳାଯାଇଥିଲା। ଆମ୍ ଆଦମୀ ପାର୍ଟି ଗତ ତିନୋଟି ତାଲିକାରେ ଅନେକ ବିଧାୟକଙ୍କ ଟିକେଟ କାଟିଥିଲା। ଏହି କାରଣରୁ ଦଳକୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସଦ୍ୟ ପ୍ରକାଶିତ ତାଲିକାରେ, ନରେଶ ବାଲ୍ୟାନଙ୍କ ସ୍ଥାନରେ ତାଙ୍କ ପତ୍ନୀ ପୂଜା ବାଲ୍ୟାନଙ୍କୁ ଉତ୍ତମ ନଗରରୁ ଟିକେଟ ମିଳିଛି। ଆଜି ବିଜେପି ଛାଡି ଆପ୍‌ରେ ଯୋଗ ଦେଇଥିବା ରମେଶ ପହଲବାନଙ୍କୁ କସ୍ତୁରବା ନଗରରୁ ଟିକେଟ ଦିଆଯାଇଛି। ଟିକଟ ବଣ୍ଟନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନେତା ରମେଶ ପହଲବାନ ଓ ତାଙ୍କ ପତ୍ନୀ କୁସୁମଲତା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ଏହାପରେ ରମେଶ ପହଲବାନଙ୍କୁ ମଧ୍ୟ ପୁରସ୍କାର ସ୍ବରୂପ ପ୍ରାର୍ଥୀ ତାଲିକାରେ ସ୍ଥାନ ମିଳିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button