ଦେଶ ବିଦେଶ

‘ପୁଷ୍ପା ୨’ର ପ୍ରିମିୟର ସୋ’ରେ ଆହତ ବାଳକ ଏବେ ଭେଣ୍ଟିଲେଟର୍‌ରେ

ନୂଆଦିଲ୍ଲୀ: ପୁଷ୍ପା ୨ର ପ୍ରିମିୟର ସୋ ପୂର୍ବରୁ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଡିସେମ୍ବର ୪ ତାରିଖରେ ଆହତ ହୋଇଥିବା ବାଳକ ଗୁରୁତର ଥିବା ବେଳେ ତାଙ୍କୁ ଏବେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି।

ମଙ୍ଗଳବାର ଦିନ ହାଇଦ୍ରାବାଦର କେଆଇଏମ୍‌ଏସ୍‌ କଡଲେସ୍ ହସ୍ପିଟାଲ୍ ପକ୍ଷରୁ ଏ ନେଇ ଖବର ହସ୍ତଗତ ହୋଇଛି। ଖବର ଅନୁଯାୟୀ, ଆଠ ବର୍ଷ ବୟସ୍କା ଶ୍ରୀ ତେଜ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ନାୟୁଗତ ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ଡାକ୍ତରଙ୍କ କହିବାନୁସାରେ, ତାଙ୍କୁ ଭେଣ୍ଟିଲେଟର୍‌ରେ ଅମ୍ଳଜାନ ଯୋଗାଇ ଦିଆଯାଉଛି।

ହସ୍ପିଟାଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି କି ଡିସେମ୍ବର ୪ ତାରିଖରେ ଶିଶୁଟିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅକ୍ସିଜେନ୍‌ ସାଚୁରେସନ୍‌ କମ୍‌ ଥିଲା। ତାହାସହିତ ଶ୍ବାସକ୍ରିୟାରେ ବି ସମସ୍ୟା ରହିଥିଲା। ତେବେ ଚିକିତ୍ସା କରାଯାଇ ଡିସେମ୍ବର ୧୦ ତାରିଖରେ ନିଶ୍ବାସ ପାଇଁ ‌ଯେଉଁ ସମର୍ଥନ ଦରକାର ତାହାକୁ ହଟା ଯାଇଥିଲା। ମାତ୍ର ଡିସେମ୍ବର ୧୨ ତାରିଖରେ ନିଶ୍ବାସ ନେବାରେ ସମସ୍ୟା ହେବା ହେତୁ ପୁଣି ଥରେ ଲଗାଯାଇଥିଲା।

ହାଇଦ୍ରାବାଦ୍‌ ସିଟି ପୁଲିସ୍‌ କମିସନର ସିଭି ଆନନ୍ଦ ହସ୍ପିଟାଲ୍‌ ପଦିଦର୍ଶନ କରିବା ପରେ କହିଛନ୍ତି କି ଦଳାଚକଟା ବେଳେ ନିଶ୍ବାସ ନେବାରେ ଅସୁବିଧା ହେତୁ ଜେଜ୍‌ଙ୍କର ବ୍ରେନ୍‌-ଡେଡ୍‌ ହୋଇଯାଇଛି। ତାଙ୍କୁ ପୂରା ସୁସ୍ଥ ହେବାକୁ ସମୟ ଲାଗିବ।

ତେବେ, ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ପୁଷ୍ପା ୨’ ପ୍ରିମିୟର ସୋ ପୂର୍ବରୁ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ଉପୁଜିଥିବା ଦଳାଚକଟାରେ ‌‌ତେଜଙ୍କ ମାଆଙ୍କର ମୃତ୍ୟୁ ଘଟିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button