ଓଡିଶା

ପାଟଣା ବନାଞ୍ଚଳରେ ହାତୀପଲଙ୍କ ଉତ୍ପାତ, ଘର ଭାଙ୍ଗି ଧାନଚାଉଳ ଖାଇଲେ ଚାଉଳ

ପାଟଣା: ୯ ଦିନ ହେଲା ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖି ବହୁ ଧାନ ଜମିରେ ଫସଲ ନଷ୍ଟ କରିଥିବା ହାତୀପଲଙ୍କ ଉତ୍ପାତ ଅବ୍ୟାହତ ରହିଛି। ଗତକାଲି ଡିମିରିଡିହା ନିକଟରେ ଥିବା ହାତୀପଲ ଖମୁଆ ଗ୍ରାମରେ ପ୍ରବେଶ କରିଥିଲେ। ଗୋଟିଏ ଦନ୍ତା ସେହି ଗ୍ରାମର ମାଣ୍ଡୁ ଦଳେଇଙ୍କ ଘର ଭାଙ୍ଗି ଧାନଚାଉଳ ଖାଇ ଯାଇଥିଲା। ଏହି ହାତୀପଲ ପାଟଣା ବନାଞ୍ଚଳ ଅନ୍ତର୍ଗତ ଘଟଗାଁ ବ୍ଲକ ଅଞ୍ଚଳ ମୁକ୍ତାପୁର ପଞ୍ଚାୟତ ଇଲାକାକୁ ପ୍ରବେଶ କରିଛନ୍ତି।

ଏହିହାତୀପଲ ଘୁଣ୍ଟିଝରୀ ଗ୍ରାମ ନିକଟରେ ଡେରା ପକାଇଛନ୍ତି। ହାତୀପଲଙ୍କୁ ଅମାନିଆମାନେ ଚିଡାଉ ଥିବାରୁ ବନବିଭାଗ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ ବୋଲି ବନପାଳ ପିଅନ ନାଏକ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button