ରାଜନୀତି
ଭାରତ ଉପରେ ବାଂଲାଦେଶର ବଡ଼ ଆରୋପ
ବାଂଲାଦେଶର ଭାରତ ଉପରେ ଆଉ ଏକ ବଡ଼ ଆରୋପ। ଦେଶରୁ ଲୋକ ନିଖୋଜ ହେବାରେ ଭାରତର ଭୂମିକା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବାଂଲାଦେଶର ଏକ ଅନୁସନ୍ଧାନ କମିଶନ। ଏହି କମିଶନ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିଲେ। ବର୍ତ୍ତମାନ ଅନୁସନ୍ଧାନ କମିଶନ ଦାବି କରିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କାର୍ଯ୍ୟକାଳ ସମୟରେ ଦେଶରେ ‘ବାଧ୍ୟତାମୂଳକ ନିଖୋଜ’ ମାମଲାରେ ଭାରତ ସମ୍ପୃକ୍ତ ଥିଲା।
ଏହାର ରିପୋର୍ଟକୁ ସମର୍ଥନ କରି ଦୁଇଟି ନିର୍ଦ୍ଦିଷ୍ଟ ମାମଲା ଦର୍ଶାଇ କମିଶନ ରାପିଡ ଆକ୍ସନ ବାଟାଲିୟନ ର ଭୂମିକା ବିଷୟରେ ମଧ୍ୟ କହିଛନ୍ତି। ତେଣୁ ଅନୁସନ୍ଧାନ କମିଶନ ମଧ୍ୟ RAB ରଦ୍ଦ କରିବାକୁ ସୁପାରିଶ କରିଛନ୍ତି। ଦୀର୍ଘ ଦିନ ଧରି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଲାଗି ରହିଛି। ଏବେ ବାଂଲାଦେଶ ଦ୍ୱାରା କରାଯାଇଥିବା ନୂଆ ଅଭିଯୋଗ ଏହି ଟେନସନକୁ ଆହୁରି ବଢାଇପାରେ।