ବାସୀ ରୋଟି ଖୋଲିଦିଏ ଭାଗ୍ୟର ତାଲା । କେବଳ ଗୋଟିଏ ରୋଟି କରିଥାଏ ଚମତ୍କାର ।

ଘରର ମହିଳା ମାନେ କିଛି କଥା ପ୍ରତି ଦୃଷ୍ଟି ଦେବା ଉଚିତ ନଚେତ ଘର ଦାରିଦ୍ର୍ୟ ହୋଇଯାଏ । ସାଧରଣତଃ ମହିଳା ମାନେ ରୋଷେଇ ଘରେ ଏହି ଭୁଲ କରିବା ଉଚିତ ନୁହେଁ । ନଚେତ ପୁରା ଘର ବର୍ବାଦ ହୋଇଯାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି ସେହି ଘରେ ଅନ୍ୟ ଦେବଦେବୀଙ୍କ ବାସ ମଧ୍ୟ ହୋଇଥାଏ । ମନୁଷ୍ୟ ନିଜ ଜୀବନରେ ସଫଳତା ପାଇବା ପାଇଁ ପ୍ରଥମ ଆବଶ୍ୟକତା ହେଉଛି ସୁସ୍ଥ ଶରୀର । ଯାହାଦ୍ୱାରା ମନୁଷ୍ୟ ସବୁ କ୍ଷେତ୍ରରେ ସଫଳତା ପାଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଭୁଲ କାମ ନକଲେ ଘର ପରିବାରରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।
୧ . କିଛି ମହିଳା ଏପରି ଅଛନ୍ତି ଯେଉଁମାନେ ରୋଷେଇ ଘରକୁ ଯିବା ପୂର୍ବରୁ ହାତ ଗୋଡ଼ ନଧୋଇ ପ୍ରବେଶ କରନ୍ତି ଏବଂ ରୋଷେଇ ସମୟରେ ମୁଣ୍ଡରେ ହାତ ଲଗାଇ ପୁଣି ରୋଷେଇ କରିଥାନ୍ତି । ସେହି ଖାଦ୍ୟ ଖାଇବା ଦ୍ୱାରା ଘରର ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହାଦ୍ବାରା ଘରୁ ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇ ମଧ୍ୟ ଚାଲି ଯାଆନ୍ତି । ଏପରି ଘରେ ଦାରିଦ୍ର୍ୟତା ବାସ କରିବା ସହିତ ଘର ଲୋକ କୌଣସି କାମରେ ସଫଳତା ପାଇ ପାରନ୍ତି ନାହିଁ । ସର୍ବଦା ସ୍ୱଚ୍ଛ ହାତରେ ହିଁ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୨ . ରୋଷେଇ ଘରକୁ ସଫାସୁତୁରା ରଖିବା ଉଚିତ । ନଚେତ ସେହି ଘରେ ରାହୁ କେତୁଙ୍କ ବାସ ହୋଇଥାଏ ଏବଂ ଘର ଧୀରେ ଧୀରେ ଦାରିଦ୍ର୍ୟତା ଦିଗରେ ଗତି କରିଥାଏ । ରୋଷେଇ ଘରକୁ ସଫାସୁତୁରା ରଖିଲେ ମାତା ଅନ୍ନପୂର୍ଣ୍ଣା ସର୍ବଦା ଘରକୁ ଆକର୍ଷିତ ହୋଇଥାନ୍ତି ।
୩ . ଘରେ ଧାରୁଆ ଜିନିଷ ଅଧିକ ରଖିଲେ ଅଶାନ୍ତି ବଢ଼ିଥାଏ । ତେଣୁ ରୋଷେଇ ଘରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ଛୁରୀ କିମ୍ବା ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ । ଯଦି କୌଣସି ଛୁରୀ ଦୀର୍ଘ ସମୟ ଧରି ବ୍ୟବହାର କରି ନାହାଁନ୍ତି ତେବେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ ନଚେତ ଏଭଳି ଜିନିଷ ନକରାତ୍ମକତାକୁ ଆକର୍ଷିତ କରିଥାଏ । ଏହାଦ୍ବାରା ଘର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
୪ . ରୋଷେଇ ଘର ସାମ୍ନାରେ ଜୋତା ଚପଲ ଝାଡୁ ପୋଛା କେବେ ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି ଏବଂ ପୁରା ଘରକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ ।
୫ . ରୋଷେଇ ଘରେ ଭୋଜନ ବନାଉ ଥିବା ସମୟରେ ମହିଳା ମାନେ ଭୋଜନ ଅଇଁଠା କରିବା ଉଚିତ ନୁହେଁ । ଏପରି କରିବାକୁ କରିବା ଦ୍ୱାରା ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ । ଏହାଦ୍ବାରା ଘରେ ଦାରିଦ୍ର୍ୟତାର ବାସ ହୋଇଥାଏ । ଏମିତିକି ଭୋଜନ ତିଆରି କରିବା ସମୟରେ ତାହାର ସ୍ୱାଦ ପରଖିବା ପାଇଁ ଚାଖିବା ମଧ୍ୟ ଉଚିତ ନୁହେଁ । କାରଣ ଏହାଦ୍ବାରା ଘରର ସୁଖ ଶାନ୍ତି ମଧ୍ୟ ଭଙ୍ଗ ହୋଇପାରେ ।
୬ . ଭୋଜନରେ କେଶ ବାହାରିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ଘର ଉପରେ ରାହୁ କେତୁର ପ୍ରଭାବ ପଡ଼ିଥାଏ । ଏଭଳି ଘର ସର୍ବଦା ନିର୍ଧନ ହିଁ ରହିଥାଏ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ । ଏହାଦ୍ୱାରା ଘରର ଶୁଦ୍ଧତା ନଷ୍ଟ ହେବା ସହିତ ସେହି ଭୋଜନକୁ ଗ୍ରହଣ କଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । କେଶ ଭଲ ଭାବରେ ବାନ୍ଧିବା ପରେ ହିଁ ଭୋଜନ ପ୍ରସ୍ତୁତ କରନ୍ତୁ ।