ସ୍ୱାସ୍ଥ୍ୟ

ଯଦି ଆପଣ ବି କଞ୍ଚା ପିଆଜ ଖାଇବାକୁ ପସନ୍ଦ କରନ୍ତି, ତେବେ ଥରେ ଏହି ରିପୋର୍ଟକୁ ନିଶ୍ଚୟ ପଢନ୍ତୁ, ନହଲେ ପଛରେ ପସ୍ତେଇବାକୁ ପଡିପାରେ

ପରିବା ମଧ୍ୟରୁ ପିଆଜ ହେଉଛି ଏକ ଏମିତି ଜିନିଷ ଯାହା ବିନା କୌଣସି ଖାଦ୍ୟ ବନେଇବା ବହୁତ କଷ୍ଟକର ହୋଇଥାଏ । ଏହା ଛଡା ସାଲାଡ ରୂପରେ ମଧ୍ୟ କଞ୍ଚା ପିଆଜକୁ ବ୍ୟବହାର କରାଯାଇଥାଏ । ଲୋକମାନେ କଞ୍ଚା ପିଆଜ ବହୁତ ଖାଆନ୍ତି, ହେଲେ ଏହାର ଫାଇଦା ବିଷୟରେ ଅଧିକାଂଶ ଲୋକ ଜାଣି ନାହାଁନ୍ତି । ତେବେ ଆସନ୍ତୁ ଜାଣିବା କଞ୍ଚା ପିଆଜ ଆପଣଙ୍କ ଶରୀର ପାଇଁ କିପରି ଲାଭ ଦାୟକ ହୋଇଥାଏ ।

ଡାଇଜେସନରେ ସାହାର୍ଯ୍ୟ କରିଥାଏ

ଯଦି ଆପଣ କଞ୍ଚା ପିଆଜର ସେବନ କରୁଛନ୍ତି, ତେବେ ଆପଣଙ୍କର ପାଚନକ୍ରିୟା ବହୁତ ସୁସ୍ଥ ରହିଥାଏ । ପିଆଜରେ ଏମିତି କିଛି ଫାଇବର ଓ କେମିକାଲ ଥାଏ ଯାହା ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଛଡା କଞ୍ଚା ପିଆଜ ଖାଇଲେ ପେଟ ସମ୍ବନ୍ଧୀୟ ଅନ୍ୟ ସବୁ ରୋଗ ମଧ୍ୟ ଦୁର ହୋଇଥାଏ । ଯଦି ଆପଣ ସବୁଦିନର ଖାଦ୍ୟ ସହ ପିଆଜର ସେବନ କରୁଛନ୍ତି ବା କଞ୍ଚା ପିଆଜ ଖାଉଛନ୍ତି, ତେବେ ଆପଣଙ୍କୁ ପେଟ ସମ୍ବନ୍ଧିତ କୌଣସି ରୋଗ ହେବ ନାହିଁ ଓ ପାଚନ ପ୍ରକ୍ରିୟା ମଧ୍ୟ ସରଳ ହେବ ।

କ୍ୟାନ୍ସର ରୋଗୀମାନଙ୍କ ପାଇଁ ଏହା ବରଦାନ

ଯଦି କୌଣସି ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡିତ ଅଛି, ଯଦି ସେ ସବୁ ଦିନ କଞ୍ଚା ପିଆଜ ଖାଇଥାଏ ତେବେ ତା ଶରୀରରେ ଥିବା କ୍ୟାନ୍ସର ସେଲ୍ସ ମରିବାକୁ ଲାଗିଥାଏ । କ୍ୟାନ୍ସର ରୋଗୀମାନଙ୍କ ପାଇଁ କଞ୍ଚା ପିଆଜର ସେବନ କୌଣସି ବରଦାନଠୁ କମ ନୁହେଁ ।

ନାକରୁ ରକ୍ତ ପଡୁଥିବା ରୋଗକୁ ଠିକ କରିଥାଏ

ପ୍ରାୟ ଗରମ ଦିନରେ ଛୋଟ ପିଲା ଓ ବୟସ୍କ ଲୋକଙ୍କର ନାକରୁ ରକ୍ତ ବାହାରିଥାଏ । ଏହି ସମସ୍ୟାକୁ ସାଧାରଣ ଭାଷାରେ ନକ୍ସିର କୁହାଯାଏ । ଯଦି କୌଣସି ଲୋକକୁ ଏହି ପ୍ରକାରର ସମସ୍ୟା ହେଉଛି ତେବେ ତାକୁ କଞ୍ଚା ପିଆଜର ସେବନ କରିବା ଉଚିତ । କଞ୍ଚା ପିଆଜର ସେବନରେ ନାକରୁ ରକ୍ତ ବାହାରୁଥିବା ସମସ୍ୟା ଦୂର ହୋଇଥାଏ ।

ଗରମ ପବନ ଓ ଖରାରୁ ସୁରକ୍ଷା ମିଳିଥାଏ

ଗରମ ଦିନରେ ସାଧାରଣତଃ ଲୋକମାନେ ଗରମ ପବନ ଓ ଖରାରେ ହାଲିଆ ହୋଇ ଯାଆନ୍ତି ଓ ତାଙ୍କ ଶରୀରରୁ ବହୁତ ଝାଳ ବାହାରିଥାଏ । ସେଥିପାଇଁ ଯଦି ସେମାନେ କଞ୍ଚା ପିଆଜର ସେବନ କରିବେ ତେବେ ସେମାନେ ଏହି ସମସ୍ୟାରୁ ବଞ୍ଚି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button