ଓଡିଶା

ହଂସିତା – ଅନୀଲଙ୍କ କାର୍‌ନାମା: ଦୁଇ ବ୍ୟବସାୟୀଙ୍କ ପାଖକୁ ପଠାଉଥିଲେ କଲ୍‌ଗାର୍ଲ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହଂସିତା ବିରୋଧରେ ଯୁବତୀ ଚାଲାଣ ନେଇ ଯେଉଁ ଅଭିଯୋଗ ଆସିଥିଲା ତାକୁ ନେଇ ପୁଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ହଂସିତା ଦୁଇ ବ୍ୟବସାୟୀଙ୍କ ନିକଟକୁ ବିଦେଶୀ ଯୁବତୀ ପଠାଇଥିବା ଜଣାପଡ଼ିଛି। କାରଣ ତାଙ୍କ ହ୍ବାଟସ୍‌ଆପ୍‌ରୁ ଦୁଇ ବ୍ୟବସାୟୀଙ୍କୁ ଋଷୀୟ, ଥାଇଲାଣ୍ଡ ଯୁବତୀଙ୍କ ଫଟୋ ପଠାଇଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରେ ବଡ଼ ଡିଲ୍‌ ମଧ୍ୟ ହୋଇଥିଲା। ତେବେ ସେ ବ୍ୟବସାୟୀ ଦ୍ବୟ କିଏ? ହଂସିତା ଓ ଅନୀଲଙ୍କ ସମ୍ପର୍କରେ କିଭଳି ଆସିଲେ?

୨୫ କୋଟି ଟଙ୍କା କମିସନ୍‌ ପଛରେ ପଶ୍ଚିମ ଓଡ଼ିଶା ଠିକାଦାର
ଜାମିନ୍‌ ଶୁଣାଣି ଆଜି

ପୂର୍ବରୁ ସେମାନଙ୍କର କେତେ ଥର ଡିଲ୍‌ ହୋଇଛି ସେ ଦିଗରେ ଖୋଳତାଡ଼ ଆରମ୍ଭ ହୋଇଛି। କେବଳ ଏହି ଦୁଇ ବ୍ୟବସାୟୀ ନୁହନ୍ତି, ଅନ୍ୟ ବଡ଼ବଡ଼ିଆଙ୍କୁ ମଧ୍ୟ ଠକ ଯୋଡ଼ି ଯୁବତୀ ଯୋଗାଉଥିବା ଅନୁମାନ କରାଯାଉଛି। କାରଣ ସେମାନେ ଯୁବତୀଙ୍କୁ ଝାଡ଼ଖଣ୍ଡ, ବେଙ୍ଗାଲୁରୁ, ଦିଲ୍ଲୀ ପଠାଉଥିବା ମଧ୍ୟ ଜଣାପଡ଼ିଛି। ସେଠାରେ କେଉଁମାନଙ୍କ ନିକଟକୁ ଯୁବତୀ ପଠାଉଥିଲେ? କିଏ ସେହି ବ୍ୟକ୍ତି? ସେ ଦିଗରେ ପୁଲିସ୍‌ ଅଧିକ ଯାଞ୍ଚ କରୁଛି। ସେହିପରି ହଂସିତା ଓ ଅନୀଲ କିଭଳି ବିଦେଶୀ ଯୁବତୀଙ୍କ ସହ ସମ୍ପର୍କରେ ଆସିଥିଲେ? ହଂସିତା ସହ କିଛି ଏସ୍‌କର୍ଟ ସର୍ଭିସ ଯୋଗାଉଥିବା ଏଜେନ୍ସିର ଲିଙ୍କ୍‌ ମିଳିଥିବାରୁ ସେଗୁଡ଼ିକୁ ଚିହ୍ନଟ ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଇନ୍‌ଫୋସିଟି ଥାନା ପୁଲିସ ଏହି ଯୋଡ଼ିଙ୍କ ବିରୋଧରେ ଇମୋରାଲ ଟ୍ରାଫିକ୍‌ ପ୍ରିଭେନ୍‌ସନ୍‌ ଆକ୍ଟର ଧାରା ୫ ଅନୁଯାୟୀ ମାମଲା ରୁଜୁ ପରେ ଏହି ଘଟଣା ପଦାକୁ ଆସିଥିଲା।

ସେହିପରି ହଂସିତା ଓ ଅନୀଲଙ୍କ ଆର୍ଥିକ କାରବାର ଦିଗକୁ ନେଇ ଆଉ ଏକ ତଥ୍ୟ ମଧ୍ୟ ପଦାକୁ ଆସିଛି। ଗତ ୨୦୨୩ ମସିହାରେ ପଶ୍ଚିମ ଓଡ଼ିଶାର ଜଣେ ପ୍ରତିଷ୍ଠିତ ଠିକାଦାରଙ୍କ ଠାରୁ ‌ଉଭୟ ୨୫କୋଟି ଟଙ୍କା କମିସନ୍‌ ‌ନେଇଥିଲେ। ସେମାନେ ସମ୍ପୃକ୍ତ ସଂସ୍ଥାକୁ ୨୮୨ କୋଟି ଟଙ୍କାର କାମ ଦେଇଥିଲେ। ସଂସ୍ଥାକୁ ଟଙ୍କା ଦେବା ପରେ ସିଏସ୍‌ଆର୍‌ ଫଣ୍ଡ ବାବଦକୁ ଏହି ଟଙ୍କା ନେଇଥିଲେ। ପରେ ସେହି ଟଙ୍କାକୁ ବ୍ୟକ୍ତିଗତ କାମରେ ଲଗାଇଥିଲେ। ଗତ ୪ଦିନ ତଳେ ଆୟକର ବିଭାଗ ୭ଜଣ ଠିକାଦାର ଘରେ ଚଢ଼ଉ ସମୟରେ ଏଭଳି ତଥ୍ୟ ହାତରେ ଲାଗିଛି। ହଂସିତା ଓ ଅନୀଲଙ୍କୁ ଜାମିନ୍‌ ମିଳିପାରୁ ନଥିବା ବେଳେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଯୋଡ଼ିହେବା ଉଭୟଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ପୂର୍ବରୁ ଗତ ୧୩ ତାରିଖ ଓ ୧୬ ତାରିଖରେ ଦୁଇ ଥର ଜାମିନ୍‌ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ମଙ୍ଗଳବାର ପୁଣି ଥରେ ଉଭୟଙ୍କ ଜାମିନ୍‌ ଶୁଣାଣି ଥିବାରୁ ରାୟ ଉପରେ ସମସ୍ତଙ୍କ ନଜର ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button