ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ: ଫ୍ରିଜ ହେବ ୨ଟି ବ୍ୟାଙ୍କ ଆକାଉଣ୍ଟ – Utkal Mail
କଟକ: ଯୌନ କେଳେଙ୍କାରୀରେ ଫସିଥିବା ଓଲିଉଡ୍ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଫ୍ରିଜ ହେବ ସୌରୀନଙ୍କ ବ୍ୟାଙ୍କ ଆକାଉଣ୍ଟ। ସୌରୀନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୁଲିସ୍। ଏନେଇ ସୂଚନା ଦେଇଛନ୍ତି ଏସସିପି ଜୋନ-୨ ଅମିତାଭ ମହାପାତ୍ର। କୋଲକାତାର ଦୁଇଟି ୨ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଲେଖିଲା ଚିଠି। ଗତକାଲି ସୌରୀନଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍।
ସୂଚନାଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଛନ୍ତି। ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା କଣ୍ଠଶିଳ୍ପୀ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି।
କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବେଶ କେତେଟି ଓଡ଼ିଆ ଛବିରେ କଣ୍ଠଦାନ କରି ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି। ସେ ଗାଇଥିବା ଗୀତ ମଧ୍ୟରେ ଦିନେ ଏଇ ରଙ୍ଗ….(ମୁଁ ଏକା ତୁମର), ଓ ପ୍ରିୟାରେ ଓ ସାଥୀରେ…(ଅଭିମନ୍ୟୁ), ଦେ ଦେ ଦେ ମୋ ମାଲଟା ଦେ…(ଆଖିରେ ଆଖିରେ), ମୁଁ ତୋ ହୀରୋ ଗୋରୀ…(ହୀରୋ-ଏକ ପ୍ରେମ କଥା) ଓ କାଞ୍ଚିରେ କାଞ୍ଚିରେ…(ହୀରୋ ନମ୍ବର ଓ୍ବାନ୍) ଆଦି ବେଶ୍ ଲୋକପ୍ରିୟ।