Honda CB 200X କୁ NX200 ADV ବାଇକ ନାମରେ କଲା ଲଞ୍ଚ, ପ୍ରାଇସ୍ ୧.୬୮ ଲକ୍ଷ ଟଙ୍କାରୁ ଆରମ୍ଭ

ଜାପାନର Honda ମୋଟରସାଇକେଲ୍ ଏବଂ ସ୍କୁଟର୍ କମ୍ପାନୀ ଭାରତୀୟ ବଜାରରେ ସବୁବେଳେ ଲାଟେଷ୍ଟ ଟୁ-ହୁଇଲର ବାଇକ୍ ଆଣିଥାଏ । ଏହି କମ୍ପାନୀ ନିକଟରେ Honda NX 200 ADV ବାଇକକୁ ଲଞ୍ଚ କରିଛି । ଏହି ବାଇକରେ କେଉଁ ପ୍ରକାରର ଫିଚର୍ସ ଏବଂ ଇଞ୍ଜିନ୍ ଦିଆଯାଇଛି ? କେତେ ମୂଲ୍ୟରେ ବାଇକଟି ଲଞ୍ଚ କରାଯାଇଛି ? Honda CB200X ର ନାମ ପରିବର୍ତ୍ତନ କରି ଏହି ବାଇକକୁ ଅଣାଯାଇଛି କି ? ତେବେ ଆସନ୍ତୁ ଜାଣିବା ଏହି ସବୁ ଡିଟେଲ୍ସ ।
ଲଞ୍ଚ ହୋଇଛି Honda NX 200 ADV ବାଇକ୍ । Honda ଭାରତରେ ୨୦୦ cc ସେଗେମେଣ୍ଟରେ ଏକ ନୂଆ ବାଇକ୍ ଭାବରେ 2025 Honda NX 200 ADV ବାଇକ୍ ଲଞ୍ଚ କରିଛି । ଏହି ବାଇକକୁ ପୂର୍ବରୁ କମ୍ପାନୀ Honda CB200X ନାମରେ ମାର୍କେଟରେ ଅଫର କରିଥିଲା, କିନ୍ତୁ ଏବେ ଏହାକୁ କିଛି ଅପଡେଟ୍ ସହିତ ଏକ ପରିବର୍ତ୍ତନ ନାମ ସହିତ ଲଞ୍ଚ କରାଯାଇଛି ।
2025 Honda NX 200 ADV ବାଇକ୍ ଫିଚର୍ସ :
Honda ପକ୍ଷରୁ ଏହି ବାଇକରେ କିଛି ପରିବର୍ତ୍ତନ କରାଯାଇଛି । ଏଥିରେ LED ହେଡଲ୍ୟାମ୍ପ, LED ଟର୍ଣ୍ଣ ସିଗନାଲ, LED ଟେଲଲ୍ୟାମ୍ପ ସହିତ ମସକୁଲାର୍ ଫ୍ୟୁଏଲ୍ ଟ୍ୟାଙ୍କ୍, ୪.୨ ଇଞ୍ଚ ଫୁଲ୍ ଡିଜିଟାଲ୍ TFT ଡିସପ୍ଲେ , ବ୍ଲୁଟୁଥ୍ କନେକ୍ଟିଭିଟି, Honda ରୋଡ୍ ସିଙ୍କ୍, USB ଚାର୍ଜିଂ ପୋର୍ଟ ଭଳି ଅନେକ ଦମଦାର୍ ଫିଚର୍ସ ଦିଆଯାଇଛି ।
ବାଇକର ସେଫ୍ଟି ପାଇଁ ମଧ୍ୟ ବହୁତ ଧ୍ୟାନ ଦିଆଯାଇଛି । ଏଥିରେ Honda ସିଲେକ୍ଟବଲ୍ ଟର୍କ କଣ୍ଟ୍ରୋଲ୍ (HSTC) ଦିଆଯାଇଛି । ବାଇକରେ ଆସିଷ୍ଟ ଏବଂ ସ୍ଲିପର କ୍ଲଚ୍, ଡୁଆଲ୍ ଚ୍ୟାନେଲ୍ ABS ଭଳି ସେଫ୍ଟି ଫିଚର୍ସ ଦିଆଯାଇଛି । ଏଥି ସହ Honda ଏହି ବାଇକରେ ୧୮୪.୪ cc କାପାସିଟି ବିଶିଷ୍ଟ ଏକ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ପ୍ରଦାନ କରିଛି । ଯାହାକୁ PGM-FI ଟେକ୍ନୋଲୋଜି ସହିତ ଅଣାଯାଇଛି । ଏହି ଇଞ୍ଜିନ୍ ସହିତ ବାଇକଟି ୧୨.୫ କିଲୋୱାଟ୍ ର ପାୱର ଏବଂ ୧୫.୭ ନ୍ୟୁଟନ୍ ମିଟରର ଟର୍କ ଦେଇଥାଏ । ବାଇକରେ ୫-ସ୍ପିଡ୍ ଗିୟରବକ୍ସ ମଧ୍ୟ ଦିଆଯାଇଛି ।
ପ୍ରାଇସ୍ :
ଏହି ବାଇକକୁ କମ୍ପାନୀ ତିନୋଟି କଲର ଅପ୍ସନ ସହିତ ଲଞ୍ଚ କରିଛି । ଏହା ଆଥଲେଟିକ୍ ବ୍ଲୁ ମେଟାଲିକ୍, ରେଡିଆଣ୍ଟ ରେଡ୍ ମେଟାଲିକ୍ ଏବଂ ପର୍ଲ ଇଗ୍ନିୟସ୍ ବ୍ଲାକ୍ କଲରରେ ଉପଲବ୍ଧ । ଏହି ବାଇକଟି ଗୋଟିଏ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି ଏବଂ ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୧,୬୯,୪୯୯ ଟଙ୍କା ରଖାଯାଇଛି । Honda ର ଏହି ନୂଆ ବାଇକ୍ ୨୦୦ cc ସେଗମେଣ୍ଟରେ ଅଣାଯାଇଛି । ଏହି ସେଗମେଣ୍ଟରେ ଏହା ବଜାଜ୍, KTM, Hero MotoCorp ଓ TVS ଭଳି କମ୍ପାନୀର ବାଇକ୍ କୁ ଟକ୍କର ଦେବ ।



