iPhone 15 ଏବଂ iPhone 16 ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଖୁବଶୀଘ୍ର ଲଞ୍ଚ ହେବ ଅନେକ AI ଫିଚର୍ସ

ଟେକ୍ ଜିଆଣ୍ଟ ଆପଲ୍ ଗତ ବର୍ଷ ମାର୍କେଟରେ iPhone 16 Series କୁ ଲଞ୍ଚ କରିଥିଲା । ନୂଆ iPhone ସିରିଜର ଲଞ୍ଚ ସହିତ କମ୍ପାନୀ ନୂଆ iOS ଅପଡେଟ୍ କରିବା ବିଷୟରେ ମଧ୍ୟ କଥା ହୋଇଥିଲା । ନୂଆ iOS ଅପଡେଟରେ ୟୁଜର୍ସମାନେ ବହୁତ୍ କିଛି ନୂଆ ଫିଚର୍ସ ପାଉଥିଲେ । କିଛି ସମୟ ପୂର୍ବରୁ କମ୍ପାନୀ ଆମେରିକା ପାଇଁ iOS 18.3 ଅପଡେଟ୍ ଜାରି କରିଥିଲା । ଭାରତୀୟ ଫ୍ୟାନ୍ସମାନେ ମଧ୍ୟ ନୂଆ iOS ଅପଡେଟ୍ ପାଇଁ ଅପେକ୍ଷା କରିଥିଲେ ।
ଭାରତରେ iOS 18.3 ଉପଲବ୍ଧ ନଥିବାରୁ କମ୍ପାନୀକୁ ଟ୍ରୋଲ ମଧ୍ୟ ହେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ Apple ଏହାର ଜବାବ୍ ଦେଇଛି । ଏକ ରିପୋର୍ଟ ଅନୁଯାୟୀ ଟେକ୍ ଜିଆଣ୍ଟ ଆପଲ୍ ଏପ୍ରିଲ୍ ମାସରେ ଯେକୈଣସି ସମୟରେ ଭାରତରେ iOS 18.4 ର ବିଟା ଭର୍ସନ ଲଞ୍ଚ କରିପାରେ ।
ଯଦି ଏହି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଭାରତୀୟ ଆଇଫୋନ୍ ୟୁଜର୍ସମାନେ iOS 18 ଅପଡେଟରେ ଅନେକ ଫିଚର୍ସ ପାଇବେ । ସବୁଠାରୁ ଖାସ୍ କଥା ହେଉଛି ଯେ ନୂଆ ଅପଡେଟ୍ ସହିତ ଅନେକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଭଳି ଫିଚର୍ସ ମଧ୍ୟ ଆସିବ, ଯେଉଁଥିରେ ଅନ୍-ସ୍କ୍ରିନ୍ ଆୱରନେସ୍, ଇନ୍-ଆପ୍ ଆକ୍ସନ୍, ଏନହାନ୍ସଡ୍ ପରସ୍ନାଲାଇଜେସନ୍ ଭଳି ଫିଚର୍ସ ସାମିଲ ଅଛି । ଆପଣଙ୍କୁ କହିବୁ ଯେ ଅପକମିଙ୍ଗ iOS ଅପଡେଟ୍ ମାଧ୍ୟମରେ iPhone 15 ଏବଂ iPhone 16 ରେ ନୂଆ ଫିଚର ଆଡ୍ ହେବାକୁ ଯାଉଛି ।
Siri ହେବ ଏକ ପାୱାରଫୁଲ୍ ଟୁଲ୍ :
ଆପଣଙ୍କୁ କହିବୁ ଯେ iOS ଅପଡେଟ୍ ସହିତ ଆସୁଥିବା ସମସ୍ତ ଫିଚର୍ସକୁ ଏହାର AI ଆସିଷ୍ଟାଣ୍ଟ Siri ମାଧ୍ୟମରେ ମଧ୍ୟ ଆକ୍ସେସ୍ କରାଯାଇପାରିବ । iOS 18.4 ଅପଡେଟ୍ ସହିତ Siri ରେ କିଛି ନୂଆ ଫିଚର୍ସ ଆଡ୍ କରାଯିବ ଯାହା ଏହାକୁ ଏକ ପାୱାରଫୁଲ୍ ଟୁଲ୍ ତିଆରି କରିବ ।
ଗୁଗୁଲର Gemini AI ସହିତ ଟକ୍କର କରିବା ପାଇଁ ଆପଲ୍ Siri କୁ ଲଗାତାର୍ ଆଡଭାନ୍ସ କରିଛି । ନୂଆ ଅପଡେଟ୍ ସହିତ ଆପଲ Siri ପୂର୍ବ ଅପେକ୍ଷା ନେଚୁରାଲ ଭାବରେ ରେସପଣ୍ଡ କରିବ । ଅପକମିଙ୍ଗ ଅପଡେଟ୍ ପରେ Apple Siri ରେ ଅନ୍-ସ୍କ୍ରିନ୍ ଆୱାରନେସ୍ ମଧ୍ୟ ଦେଖାଯିବ । ଆପଲ ନୂଆ ଅପଡେଟ୍ ସହିତ Siri ର ଅନେକ ନୂଆ ଭାଷା ପାଇଁ ସପୋର୍ଟ ମଧ୍ୟ ଦେଇପାରେ, ଯେଉଁଥିରେ ଫରାସୀ, ଜର୍ମାନ, ଇଟାଲୀୟ, ପର୍ତ୍ତୁଗୀଜ୍, ସ୍ପାନିସ୍, ଜାପାନୀ, କୋରିଆନ୍, ଚାଇନିଜ୍, ଭାରତ ପାଇଁ ଲୋକାଲାଇଜ୍ଡ ଇଂରାଜୀ ଏବଂ ସିଙ୍ଗାପୁର୍ ଭାଷା ସାମିଲ୍ ହୋଇପାରେ ।



