କ୍ରାଇମ

ଗୋଟିଏ ଝିଅକୁ ପ୍ରେମ କରୁଥିଲେ ଦୁଇ ସାଙ୍ଗ; ଜଣେ ଆର ଜଣକୁ ହତ୍ୟା କରି ଶବ ନେଇ ପହଞ୍ଚିଲା ଥାନାରେ – Utkal Mail


ଅହମଦାବାଦ: ଶନିବାର ରାତି ପ୍ରାୟ ୪ଟା ବେଳେ ଜଣେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ତରୁଣ କାର୍‌ ନେଇ ସୋଲା ଥାନା ପରିସରରେ ପହଞ୍ଚି ପୁଲିସକୁ କହିଲେ, ପାର୍କିଙ୍ଗ୍‌ ସ୍ଥଳରେ ମୋ କାର୍‌ ଅଛି… ଆଉ ସେଥିରେ ଅଛି ଗୋଟାଏ ଶବ।

ତାଙ୍କ କଥା ଶୁଣି ପୁଲିସ କାର୍‌ ପାଖକୁ ଧାଇଁ ଯାଇ ଦେଖିଲେ ଆଗ ସିଟ୍‌ରେ ଶବଟିଏ ମୁହଁମାଡ଼ି ପଡ଼ିଛି। ତା’ପରେ ସହରର ଏକ ପ୍ରସିଦ୍ଧ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ ବର୍ଷ ବାଣିଜ୍ୟ ଅଧ୍ୟୟନ କରୁଥିବା ବେଦାନ୍ତ ରାଜା ନାମକ ସେ ତରୁଣ ପୁଲିସ ନିକଟରେ ବୟାନ ଦେ‌ଇଥିଲେ।

ପୁଲିସକୁ ସ‌େ କହିଲେ, ମୃତ ଯୁବକ ହେଉଛନ୍ତି ମୋର ୨୨ ବର୍ଷିୟ ବନ୍ଧୁ ସ୍ବପ୍ନିଳ ପ୍ରଜାପତି। ସେ ଚାନ୍ଦୋଲଦିଆସ୍ଥିତ ଶ୍ରୀଜି ରେସିଡେନ୍‌ସି ଫ୍ଲାଟ୍‌ସ୍‌ରେ ରହୁଥିଲେ। ପୁଲିସ କର୍ମଚାରୀମାନେ ଦେଖିଲେ ଯେ, ସ୍ବପ୍ନିଳ ଦେହରେ ୮ଟି ଗଭୀର ଛୁରି ଭୁସା କ୍ଷତ ହୋଇଛି।

Youth stabbed to death by friend in Ahmedabad | Ahmedabad News - Times of India

ପୁଲିସ କହିଛି, ତରୁଣଙ୍କ ବାପା ନିଉଜିଲାଣ୍ଡ୍‌ରେ ରହି ବ୍ୟବସାୟ କରନ୍ତି। ଅପରାଧ ପାଇଁ ରାଜାଙ୍କୁ ଗିରଫ କରାଯାଇଛି। ରାଜା ଓ ସ୍ବପ୍ନିଳ ଗୋଟିଏ ଝିଅକୁ ପ୍ରେମ କରୁଥିଲେ। ସେହି କାରଣରୁ ଦୀର୍ଘ ଦିନରୁ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ବିଶ୍ବକର୍ମା ସେତୁ ନିକଟକୁ ଆସିବା ପାଇଁ ଶନିବାର ଦିନ ରାଜା ସ୍ବପ୍ନିଳଙ୍କୁ ଫୋନ୍‌ କରିଥିଲା। ସେଠାରେ ହିଁ ସେ ସ୍ବପ୍ନିଳଙ୍କୁ ହତ୍ୟା କରିଛି।

ରାଜାଙ୍କ ନାମରେ ସ୍ବପ୍ନିଳଙ୍କ ବାପା ହସମୁଖ ପ୍ରଜାପତି ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ରେ ଲେଖିଛନ୍ତି ଯେ, ଶନିବାର ଅପରାହ୍ନରେ ତାଙ୍କ ପୁଅ ଘରୁ ଯାଇଥିଲା ଏବଂ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନ ଥିଲା। ରାତି ୮ଟା ବେଳେ ମୁଁ ତା ପାଖକୁ ଫୋନ୍‌ କରିଥିଲି କିନ୍ତୁ, କେଉଁଠି ଅଛି ବୋଲି ସେ ମତେ କହିଲା ନାହିଁ। ରବିବାର ସକ‌ାଳେ ଜଣେ ତରୁଣକୁ ଧରି ପୁଲିସ ଘରକୁ ଆସି ମତେ ସୋଲା ଥାନାକୁ ନେଇ ଗଲେ ଓ ସେଠାରେ ଗୋଟାଏ କାର୍‌‌ର ଆଗ ସିଟ୍‌ରେ ସ୍ବପ୍ନିଳର ଶବ ଦେଖିଲି।

କିନ୍ତୁ, ପୁଲିସ ଏଯାବତ୍‌ ଉକ୍ତ ଝିଅ କିଂବା ରାଜା ଓ ସ୍ବପ୍ନିଳଙ୍କ ଅନ୍ୟାନ୍ୟ ସାଙ୍ଗମାନଙ୍କୁ ପାଖକୁ ଯାଇ ନାହିଁ।




Related Articles

Leave a Reply

Your email address will not be published. Required fields are marked *

Back to top button