ଓଡିଶା

ୟୁଟ୍ୟୁବ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି, ୪ଜଣ ୟୁଟ୍ୟୁବର ଓ ଜଣେ ସହକାରୀ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ

କଟକ: ଅଷ୍ଟମରୁ ଦଶମ ଶ୍ରେଣୀ ପ୍ରଶ୍ନପତ୍ର ବିକ୍ରି ଅଭିଯୋଗରେ କଟକ ସାଇବର ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମଧ୍ୟରେ ୪ଜଣ ୟୁଟ୍ୟୁବର ଏବଂ ଜଣେ ସହକାରୀ ଶିକ୍ଷକ ଥିବା ଜଣାପଡ଼ିଛି।

କଟକ ସାଇବର ଥାନା ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି ହେଉଥିଲା। ପ୍ରଶ୍ନପତ୍ର ବିକ୍ରି ରାକେଟକୁ ଧରବା ସହ ୪ଜଣ ୟୁଟ୍ୟୁବର ଏବଂ ଜଣେ ସହକାରୀ ଶିକ୍ଷକଙ୍କୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ବିକ୍ରି ପଛରେ ବହୁତ ବଡ଼ ର୍ୟାକେଟ କାମ କରୁଛି। ୟୁଟ୍ୟୁବ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button