ଓଡିଶା

ମୋ ବସ ଦୁର୍ଘଟଣା: ଝିଅ ପରେ ମା’ର ମୃତ୍ୟୁ

ଭୁବନେଶ୍ୱର: ମୋ ବସ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମ୍‌‌ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗତ ଶୁକ୍ରବାର ପାତ୍ରପଡ଼ାରେ ମୋ ବସ ଦୁର୍ଘଟଣା ଘଟାଇଥିଲା। ଦୁର୍ଘଟଣା ଘଟାଇବା ପରେ ଶହେ ମିଟର ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ହୋଇଥିଲେ।

ଆଜି ଏମ୍‌‌ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଫୁଲବାଣୀ ଏବଂ ସେମାନେ ଭୁବନେଶ୍ୱରରେ ରହୁଥିଲେ ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button