ଆପଣଙ୍କ ଗୃହକୁ ମା ଲକ୍ଷ୍ମୀଙ୍କ ଆସିବାର ଏହି ୧୦ ଟି ଶୁଭ ସଙ୍କେତରୁ ଜାଣନ୍ତୁ
ହଁ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଆଉ ଧାନ୍ୟ ର ଦେବୀ | ତେବେ ମାତା ଲକ୍ଷ୍ମୀ ଙ୍କର କୃପା ଯଦି ଆମ ଉପରେ ରହିବ ତାହେଲେ ବିଭିନ୍ନ ପ୍ରକାରର ଅସୁବିଧା ରୁ ଆମେ ଦୁରେଇ ଯାଇ ପାରିଵା | ତେବେ କୁହାଯାଏ ବି ମା ଙ୍କୁ ପ୍ରସନ୍ନ କରିବା ଏତେ ସହଜ ନୁହଁ, ତେବେ ମା ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଆମକୁ ମଧ୍ୟ ସେମିତି କାମ କରିବା ପାଇଁ ପଡିବ | ତାହେଲେ ଆମେ କେତେବେଳେ ଜାଣିବା କି ମାତା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ଅଛନ୍ତି ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
କଳା ରଙ୍ଗର ପିମ୍ପୁଡି :-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀ ଙ୍କର ଆଗମନ କୁ ଜାଣିବାର ଉପାୟ ହେଉଛି ଯଦି ଆପଣ ମାନେ ଦେଖିବେ କି ଆପଣ ଙ୍କର ଘରକୁ ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଗୋଲ ଆକାରରେ ବୁଲୁ ଛନ୍ତି ତେବେ ଆପଣ ଙ୍କ ଘରକୁ ମାତା ଲକ୍ଷ୍ମୀ ଆସୁଛନ୍ତି
ଝିଟିପିଟି:-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଟିପିଟିକୁ ଙ୍କୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ସମସ୍ତେ ଜାଣିଛନ୍ତି| ଘରେ ଆପଣ ଙ୍କର ଲକ୍ଷ୍ମୀ ଆସୁଛନ୍ତି ବୋଲି ଜାଣିବାର ମାଧ୍ୟମ ହେଉଛି ଅଚାନକ ତିନୋଟି ଝିଟିପିଟି ଏକାଠି ହୋଇ ଗୋଟିଏ ସ୍ଥାନରେ ଥିବେ ଆଉ ଯାହା ଅତ୍ୟନ୍ତ ଶୁଭ ସମାଚାର ଅଟେ |ଚଢ଼େଇ ବସା:-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଙ୍କ ଘରେ ଯଦି ଯେ କୌଣସି ଚଢେଇ ଆସିକି ବସା ବାନ୍ଧିକି ରହିଥାନ୍ତି ତାହା ଶୁଭ ସମାଚାର ଅଟେ ବୋଲି କୁହାଯାଉଛି |ଏଭଳି କିଛି ହେଲେ ଆପଣ ଙ୍କ ଘରକୁ ଲକ୍ଷ୍ମୀ ଆସୁଛନ୍ତି ବୋଲି କୁହାଯାଏ କିନ୍ତୁ କେଉଁ ପକ୍ଷୀ ବସା କରୁଛି ତାହା ଭାବିବା ଅନୁଚିତ ଅଟେ |
ଶଙ୍ଖର ଧ୍ଵନି:-କୁହାଯାଉଛି କି ସକାଳ ଓ ସନ୍ଧ୍ୟା ସମୟରେ ଯଦି ଆପଣ ଶଙ୍ଖର ଧ୍ଵନି ଶୁଣା ଯାଇଥିବ ତାହେଲେ ଏହାକୁ ଶୁଭ ବୋଲି ମନା ଯାଇଥାଏ | ତାହା ସହିତ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ବୋଲି କୁହାଯାଉଛି |ହାତ ପାପୁଲି:-ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଯଦି ଆପଣଙ୍କ ଡାହାଣ ହାତର ପାପୁଲି ବାରମ୍ବାର କୁଣ୍ଡେଇ ହେଉଛି ତାହେଲେ ଆପଣ ଙ୍କର ମନସ୍କାମନା ପୂରଣ ହେବା ସହିତ ଧନ ଆପଣ ଙ୍କ ଘରକୁ ଆସିବ ବୋଲି ମଧ୍ୟ କୁହାଯାଉଛି |ଏହା ଛଡା କୁହାଯାଉଛି କି ଯଦି ଆପଣ ଘରୁ ବାହାରୁ ଥିବା ସମୟରେ ନେଉଳ ଦେଖୁଛନ୍ତି ଵା ଝାଡୁ ଥିବାର ଦେଖୁଛନ୍ତି, ଏହା ବ୍ୟତୀତ ସ୍ୱପ୍ନ ରେ ମଧ୍ୟ ଝାଡୁ, ସାପ ନେଉଳ ଦେଖିଲେ ତାହା ଲକ୍ଷ୍ମୀ ଙ୍କର ଆଗମନ କୁ ବୁଝାଇଥାଏ | ତେବେ ଏହା ଥିଲା ମାତା ଲକ୍ଷ୍ମୀ ଙ୍କର ଆଗମନ ର ସୂଚନା ଯାହାକୁ ଦେଖିକି ଆମେ ବେଶ ଭଲ ଭାବରେ ଜାଣି ପାରିବା