ବ୍ୟବସାୟ

ଯବାନରୁ ସଫଳ ଚାଷୀ, ଦେଶବାସୀଙ୍କୁ ସୁରକ୍ଷା ଦେବା ପରେ ଏବେ ଯୋଗାଉଛନ୍ତି ଆହାର

କେବେ ବନ୍ଧୁତ ପୁଣି କେବେ କୋଦାଳ । ଦିନେ ହାତରେ ବନ୍ଧୁକ ଧରି କାଶ୍ମୀର ଆତଙ୍କବାଦୀଙ୍କ କବଳରୁ ଦେଶ ମାତୃକାକୁ ସୁରକ୍ଷା ଦେଉଥିଲେ । ଅବସର ପରେ ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥରେ ହାଇୱେ ପ୍ରେଟୋଲିଙ୍ଗରେ ସବ୍ ଇନିସପେକ୍ଟର ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି । ଅବସର ପରେ ହାତରେ କୋଦାଳ ଧରି ମାଟି ମା’ ବୁକୁରେ ସୁନାର ଫସଲ ଫଳାଇ ଯୋଗାଉଛନ୍ତି ଆହାର । ଏ ହେଉଛନ୍ତି ପୂର୍ବତନ ଯବାନ ତଥା ଅଞ୍ଚଳର ଜଣେ ସଫଳ ଚାଷୀ ସର୍ବେଶ୍ଵର ପ୍ରଧାନ । ଘର ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଗୁଆଳିପଡ଼ା ପଞ୍ଚାୟତର ଗୁଡ଼ପୋଇଲୋ ଗ୍ରାମରେ ।

ଦୀର୍ଘ ୨୯ ବର୍ଷ ହାତରେ ବନ୍ଧୁକ ଧରି ଜବାନ ଭାବରେ କାଶ୍ମୀର ଏବଂ ପଞ୍ଜାବ ଭଳି ଆତଙ୍କବାଦୀ ପ୍ରବଣ ଅଞ୍ଚଳରେ ଜୁନିଅର କମିଶନଡ଼ ଅଫିସର ଭାବରେ ନିଯୁକ୍ତି ହୋଇ ଦେଶବାସୀଙ୍କୁ ସୁରକ୍ଷା ଦେଉଥିଲେ । ଦିନ ହେଉ କି ରାତି ଯେତେବେଳେ ନିଜର ଡ଼ିୟୁଟି ପଡ଼େ ସେତେବେଳେ ସେ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି । ଆଉ ଯେତେବେଳେ କିଛି ସମୟ ମିଳିଥାଏ ସେ ଆସନ୍ତି ନିଜ ଗାଁକୁ । ନିଜର ଭାଇଙ୍କୁ ନେଇ ପୈତୃକ ଜମିରେ ଆରମ୍ଭ କରି ଦିଅନ୍ତି ଉନ୍ନତମାନର ଚାଷ ।

ଆଧୁନିକ ପ୍ରଣାଳୀ ସାଙ୍ଗକୁ କୃଷି ବିଜ୍ଞାନୀଙ୍କ ପରାମର୍ଶ ଅନୁଯାୟୀ ବୈଜ୍ଞାନିକ ଜ୍ଞାନକୈାଶଳ ପ୍ରୟୋଗ କରି ହୋଇ ପାରିଛନ୍ତି ଜଣେ ସଫଳ ଚାଷୀ । ଦୁଇ ଏକର ଜମିରେ ବିଭିନ୍ନ କିସମର ଧାନ, କଲରା, ପୋଟଳ, କାକୁଡ଼ି, ଭେଣ୍ଡି, ଝୁଡ଼ୁଙ୍ଗ, ଲଙ୍କା, ବିନ୍, ପାଳଙ୍ଗ ଏବଂ କଦଳୀ ଚାଷ କରିଥିବାବେଳେ ଅନ୍ୟ ଜମିରେ କୋବି ଏବଂ ମୁଗ ଓ ବିରି ଚାଷ କରୁଛନ୍ତିିି । ତେବେ ଏହି ଚାଷ କାର୍ଯ୍ୟକୁ ସେ ଟିକେ ନିଆରା ଢଙ୍ଗରେ କରୁଛନ୍ତିି । ଗତବର୍ଷ ୨ ରୁ ୩ ଲକ୍ଷ ଟଙ୍କା ଚାଷରୁ ଲାଭ ହୋଇଥିବାବେଳେ ଚଳିତ ବର୍ଷ ଅଧିକ ପାଇବା ଆଶା ବାନ୍ଧିଛନ୍ତି ସର୍ବେଶ୍ଵର ।

ହାଇୱେ ପେଟ୍ରୋଲ ଅଫିସର ଭାବରେ କାର୍ଯ୍ୟ କରିବା ସହ ଭାଇମାନଙ୍କ ସହିତ ମିଶି ନିଜେ ଚାଷ କରି ନିଜ ସାନଭାଇମାନଙ୍କୁ ରୋଜଗାରକ୍ଷମ କରିଛନ୍ତି । ତେବେ ଜୀବନ କାର୍ଯ୍ୟକାଳର ଅଧା ସମୟ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବାବେଳେ ଏବେ ଅବସର ପରେ ଲୋକଙ୍କୁ ଆହାର ଯୋଗାଇ ନିଜେ ଆତ୍ମସନ୍ତୋଷ ପାଉଥିବାର ସର୍ବେଶ୍ଵର କହିଛନ୍ତି । ସେହିପରି ସାନ ଭାଇମାନେ ମଧ୍ୟ ବଡ଼ ଭାଈ ସର୍ବେଶ୍ଵରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷ କରୁଛନ୍ତି । ପୂର୍ବରୁ ପୁରୁଣା ପଦ୍ଧତିରେ ଚାଷ କରି ଭଳ ଲାଭ ହେଉ ନ ଥିଲା ।

ଦେଶର ବିଭିନ୍ନ ସ୍ଥାନରେ ଡ଼ିୟୁଟି କରିବା ସମୟରେ ସର୍ବେଶ୍ଵର ଉନ୍ନତ ଜ୍ଞାନ କୈାଶଳରେ ହେଉଥିବା ଚାଷକୁ ଅନୁଧ୍ୟାନ କରିଥିଲେ । ଏବେ ଭାଇଙ୍କ ନିର୍ଦେଶରେ ଆଧୁନିକ ପ୍ରଣାଳୀ ସହିତ ଉଭୟ ଜୈବିକ ଏବଂ ରସାୟନିକ ସାର ପ୍ରୟୋଗ କରି ଚାଷରେ ବେଶ ଲାଭବାନ୍ ହେଉଥିବା କହିଛନ୍ତି ସର୍ବେଶ୍ଵରଙ୍କ ସାନଭାଇ । ଏଭଳି ଚାଷରୁ ଭଲ ଆୟ ହେଉଥିବା ଦେଖି ଅନେକ ବେକାର ଯୁବକ ମଧ୍ୟ ଚାଷ ପ୍ରତି ମନ ବଳାଇ ଚାଷ କାର୍ଯ୍ୟ କରୁଛନ୍ତି । ବର୍ତମାନ ସମୟରେ ବେକାରୀ ସମସ୍ୟା ବଢୁଥିବା ବେଳେ ସର୍ବେଶ୍ଵରଙ୍କ ଏହି କୃଷି ଫାର୍ମ ଏବଂ ଏହାର ଲାଭ ଅନେକଙ୍କୁ ଏକ ନୂଆ ଦିଶା ଦେଖାଇବା ସହିତ ନିହାତି ଭାବରେ ବେକରୀ ସମସ୍ୟାକୁ ଦୂର କରିବାରେ ସହାୟକ ହେବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button