ଓଡିଶା

୨ ଦିନ ହେଲା ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ, ବିପଦରେ ପଶୁପକ୍ଷୀ

ରେଢାଖୋଲ: ଜଳୁଛି ଜଙ୍ଗଲ ।  ରେଢାଖୋଲ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ । ୨ ଦିନ ହେଲା ହୁତୁ ହୁତୁ ହୋଇ ଜଳୁଛି । ଲଣ୍ଡାକୋଟ, ହାତୀଧରା, ଖୋଲଗଡ, ରାଇଲ, ସୁହାଣୀ,ଟାଲ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପାହାଡରେ ନିଆଁ ଲାଗିଛି । ଫଳରେ ଜଳିପୋଡ଼ି ପାଉଁଶ ହୋଇଯାଉଛି ଛୋଟବଡ଼ ମୂଲ୍ୟବାନ ଗଛ ।  ନିଆଁ ଲାଗିବା ଫଳରେ ପଶୁପକ୍ଷୀଙ୍କ ପାଇଁ ବିପଦ ଦେଖାଦେଇଛି ।

ରାସ୍ତା ଘାଟ ଧୂଆଁମୟ ହୋଇଯାଉଥିବାରୁ ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ ଅତିଷ୍ଟ ହୋଇପଡିଲେଣି ।  କିଛି ଲୋକ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହୋଇଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କଲେ ମଧ୍ୟ ସୁଫଳ ମିଳୁନି ।  ନିଆଁକୁ ଆୟତ୍ତ କରିବାରେ ବନବିଭାଗ ନାକେଦମ ହୋଇଗଲାଣି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button