ଓଡିଶା

ଭିଜିଲାନ୍ସ ଜାଲରେ କିରାଣି , ଗାଡ଼ିରୁ ମିଳିଲା୧ ଲକ୍ଷ ୮୬ ହଜାର ଟଙ୍କା

ପୋଲସରା : ଭିଜିଲାନ୍ସ ଜାଲରେ କିରାଣି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସବରେଜିଷ୍ଟ୍ରାର ଅଫିସର କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଛି ଭିଜିଲାନ୍ସ । ଗାଡ଼ିରୁ ୧ ଲକ୍ଷ ୮୬ ହଜାର ଟଙ୍କା ନେଇ ଯାଉଥିବା ବେଳେ ବୁଗୁଡ଼ା ବ୍ଲକ୍ ମୋଟାବାଡି ଗାଁ ଛକ ନିକଟରେ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ । କିରାଣି ଶ୍ରୀକାନ୍ତ ଡାକୁଆଙ୍କ ବୁଗୁଡ଼ା ବାସଭବନ ଓ ବେଲଗୁଣ୍ଠା କାର୍ଯ୍ଯାଳୟରେ ଚଢ଼ାଉ ହୋଇଛି । ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କିଛି ସୁନା ଓ ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଭିଜିଲାନ୍ସ ଟିମ ଶ୍ରୀକାନ୍ତଙ୍କୁ ବ୍ରହ୍ମପୁରକୁ ନେଇ ଜେରା କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button