Vastu Tips;- ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ମା ଲକ୍ଷ୍ମୀ ଘରକୁ ଆସିବାର ସଙ୍କେତ…

ବନ୍ଧୁଗଣ ନମସ୍କାର, ତେବେ ଆମ ଜୀବନ ରେ ଧନ ର କେତେ ମହତ୍ତ୍ୱ ଅଛି ଏହା କାହାକୁ ଅଛପା ନାହିଁ । ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ । ଏହାର ଅର୍ଥ ହେଉଛି ଧନ ହିଁ ଜୀବନ ତା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ଅଟେ । କିନ୍ତୁ ଏହା ମଧ୍ୟ ସତ କି ଧନ ଦ୍ୱାରା ଆମେ କେବେବି ଖୁସି ଏବଂ ସମ୍ପର୍କ କୁ କିଣି ପାରିବା ନାହିଁ ।
କିନ୍ତୁ ଜୀବନ ରେ ବଞ୍ଚିବା ପାଇଁ ଏବଂ ଚଳିବା ପାଇଁ ଧନ ର ଆବଶ୍ୟକତା ପଡ଼ିଥାଏ ଏବଂ ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ଏକ ସୁଖବାନ ଜୀବନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ ।
ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ ତାର ହାତ ମୁଠାରେ ସମ୍ପୂର୍ଣ୍ଣ ଦୁନିଆ ରୁହେ । ଯାହା ପାଖରେ ଧନ ନ ଥାଏ ତାକୁ କେହି ବି ପଚାରି ନ ଥାନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାତାଲକ୍ଷ୍ମୀ ଙ୍କର ଆରାଧନା କରିଥାନ୍ତି ଏବଂ ତାଙ୍କୁ ପ୍ରସନ୍ନ କରି ଧନ ପ୍ରାପ୍ତି କରିବା ପାଇଁ କାମନା ରଖିଥାନ୍ତି । ମାତାଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ ।
ତାଙ୍କୁ ଖୁସି କରାଇବା ଅତି କଠିନ କାମ ଅଟେ । କିନ୍ତୁ ମାତାଲକ୍ଷ୍ମୀ ଯାହା ଉପରେ ଖୁସି ହୋଇ ଯାଆନ୍ତି । ତାକୁ ସବୁ ସୁଖ ସୁବିଧା ର ଆଶୀର୍ବାଦ ଦେଇଥାନ୍ତି ଏବଂ ତାଙ୍କ କୃପା ସର୍ବଦା ତାଙ୍କ ସହ ରହିଥାଏ । ସେ ଭକ୍ତି ରେ ଖୁସି ହୋଇ ଆମ ଘରେ ଆସି ରୁହନ୍ତି ମଧ୍ୟ । ତେବେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି କିଛି ସଙ୍କେତ । ଆଜି ଆମେ ସେହି ସଙ୍କେତ ବିଷୟରେ ହିଁ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କେଉଁ ସଙ୍କେତ ଦେଇଥାନ୍ତି ।
୧- ପ୍ରଥମ ରେ ହେଉଛି କଳା ରଙ୍ଗର ପିମ୍ପୁଡ଼ି । ପିମ୍ପୁଡ଼ି କଳା ଏବଂ ନାଲି ଦୁଇଟି ରଙ୍ଗର ହୋଇଥାଏ । ନାଲି ପିମ୍ପୁଡ଼ି ଘରେ ରହିବା ଅଶୁଭ ବୋଲି କୁହାଯାଏ କିନ୍ତୁ କଳା ପିମ୍ପୁଡ଼ି କୁ ଶୁଭ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡ଼ି କୁ ମାଆ ଲକ୍ଷ୍ମୀ ର ରୂପ ବୋଲି ମାନି ନିଆ ଯାଇଥାଏ ଏବଂ ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଗୋଲ ଆକାରର ବୁଲୁ ଥିବାର ଦେଖାଯାଏ ତେବେ ଏହା ଏକ ଶୁଭ ସଙ୍କେତ ବୋଲି ମାନ୍ୟତା ରହିଛି । ଏହା ମାତାଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହାଯାଏ ।
୨- ଦ୍ୱିତୀୟ ରେ ହେଉଛି ଝିଟିପିଟି । ପିମ୍ପୁଡ଼ି ପରି ଝିଟିପିଟି କୁ ମଧ୍ୟ ମାତାଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମାନି ନିଆ ଯାଇଥାଏ । ଘରେ ଯଦି ଗୋଟିଏ ସ୍ଥାନରେ ତିନୋଟି ଝିଟିପିଟି ଏକାଠି ଦେଖାଯାଏ ତେବେ ଏହାକୁ ଶୁଭ ବୋଲି କୁହାଯାଏ । ଏହା ମାତା ଲକ୍ଷ୍ମୀ ଙ୍କ ଆଗମନର ସଙ୍କେତ ଅଟେ । ଯଦି ଗୋଟିଏ ଝିଟିପିଟି ଆଉ ଏକ ଝିଟିପିଟି କୁ ଗୋଡାଉ ଥାଏ ତେବେ ଏହା ଘରର ଉନ୍ନତି ର ସଙ୍କେତ । ଦୀପାବଳି ଦିନ ତୁଳସୀ ଗଛ ମୂଳରେ ଝିଟିପିଟି ଦେଖାଦେଲେ ଏହା ଧନ ଲାଭ ର ସଙ୍କେତ ହୋଇଥାଏ ।
୩- ତୃତୀୟ ରେ ହେଉଛି ଶାସ୍ତ୍ର ରେ ଆମ ଘର ପାଖ ରେ କିଛି ପକ୍ଷୀ ମାନଙ୍କର ରହିବା ଅଶୁଭ ବୋଲି କୁହାଯାଏ । ଏବଂ ଆଉ କିଛି ପକ୍ଷୀ ଅଛନ୍ତି ଯାହାକୁ ଘରେ ରଖିବା ବହୁତ ଶୁଭ ବୋଲି ଏବଂ ଘରେ ଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହାଯାଏ । ଯଦି ଆପଣଙ୍କ ଘରେ କେଉଁ ପକ୍ଷୀ ଘରେ ଆସି ବସା ବାନ୍ଧି ଥାଆନ୍ତି ତେବେ ତାହା ମାତାଲକ୍ଷ୍ମୀ ଙ୍କ ଆଗମନ ବୋଲି କୁହାଯାଏ ।
୪- ଚତୁର୍ଥ ରେ ହେଉଛି ଆପଣଙ୍କୁ ଯଦି ସକାଳେ ଏବଂ ସଞ୍ଜରେ ଶଙ୍ଖ ଧ୍ଵନି ଶୁଣା ଯାଉଥିଲେ ଏହା ଏକ ଶୁଭ ସଙ୍କେତ ଏବଂ ମାତାଲକ୍ଷ୍ମୀ ଙ୍କ ଆପଣଙ୍କ ଉପରେ ଆଶୀର୍ବାଦ ରହିଥାଏ । ତାହାର ସଙ୍କେତ ଦେଇଥାଏ ।
୫- ପଞ୍ଚମ ରେ ହେଉଛି ଯଦି ଆପଣଙ୍କ ଡାହାଣ ହାତର ପାପୁଲି କୁଣ୍ଡେଇ ହେବାକୁ ଲାଗୁଛି ତେବେ ଏହା ମଧ୍ୟ ଧନ ପ୍ରାପ୍ତି ର ଶୁଭ ସଙ୍କେତ ହୋଇଥାଏ । ମାତାଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହା ସହିତ ସ୍ୱପ୍ନ ରେ ଯଦି ଆପଣ ବାରମ୍ବାର ଝାଡ଼ୁ ର ଛବି କୁ ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ