ଓଡିଶା

ମଧ୍ୟାହ୍ନଭୋଜନ ଚାଉଳ, ଡାଲି ଖାଇଗଲେ ହାତୀପଲ, ଝରକା ଓ କାନ୍ଥ ଭାଙ୍ଗି ସ୍କୁଲରେ ପଶିଲେ

କେଉଁଝର : ମଧ୍ୟାହ୍ନଭୋଜନ ଚାଉଳ, ଡାଲି ଖାଇଗଲେ ହାତୀପଲ । ସ୍କୁଲ କାନ୍ଥ ଭାଙ୍ଗି ଚାଉଳ,ଡାଲି ଖାଇଯିବା ସହ ଅଣ୍ଡା, ତେଲ ଓ ରୋଷେଇ ସାମଗ୍ରୀ ନଷ୍ଟ କଲେ ହାତୀ । କେନ୍ଦୁଝର ସଦର ବନଖଣ୍ଡ ଆମ୍ବଡହରା ଗାଁ ସ୍କୁଲରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀ ୨୪ ଟିକିଆ ହାତୀ ପଲ । ଗତକାଲି ରାତିରେ ସ୍କୁଲ ପରିସରରେ ପଶି ଝରକା ଓ କାନ୍ଥ ଭାଙ୍ଗି ଭିତରେ ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଉଥିବା ଚାଉଳ, ଡାଲି ବସ୍ତା ଆଦି ବାହାରକୁ ଟେକି ନେଇଥିଲେ। ତେବେ ଯେତିକି ଖାଇଲେ, ସେତିକି ନଷ୍ଟ କଲେ। ଏହା ସହ ଭିତରେ ଥିବା ଅଣ୍ଡା, ତେଲ ସହ ରୋଷେଇ ସାମଗ୍ରୀ ସବୁକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି । ଆଜି ସକାଳୁ ସକାଳୁ ହାତୀପଲ ଗାଁ ନିକଟ ଜଙ୍ଗଲରେ ରହିଥିବାରୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀପଲଙ୍କ ଉପରେ ବନ ବିଭାଗ ତୀକ୍ଷ୍ମ ନଜର ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button