କ୍ରାଇମ

ଘରେ ସଶସ୍ତ୍ର ଡକାୟତି, ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କୁଚିଣ୍ଡା : ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା । କୁଚିଣ୍ଡା ଅଞ୍ଚଳରେ ସଶସ୍ତ୍ର ଡକାୟତି । ଗୋବିନ୍ଦପୁର ଥାନା ଗୁଣ୍ଡିଚା ମନ୍ଦିର ନିକଟରେ ଦୀନେଶ ଖେଣ୍ଡେଲୱାଲ ନାମକ ବ୍ୟକ୍ତିଙ୍କ ଘରେ ସଶସ୍ତ୍ର ଡକାୟତି । ପରିବାର ଲୋକଙ୍କୁ ଶାଢ଼ୀରେ ବାନ୍ଧିବା ସହ ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟ୍ ଅଭିଯୋଗ । ନଗଦ ୯ ଲକ୍ଷ ଟଙ୍କା ଓ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି  । ଏତଲା ପରେ ଘଟଣା ସ୍ଥଳରେ ପହଞ୍ଚି ଛାନବିନ କରିଛି ଗୋବିନ୍ଦପୁର ପୋଲିସ ସହ ସାଇଣ୍ଟିଫିକ ଟିମ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button