ଓଡିଶା

ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

ବାଲେଶ୍ବର/ ଯାଜପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପ୍ରବଳ ବର୍ଷା ରେକର୍ଡ ହୋଇଛି। ବର୍ଷା ସହ ବଜ୍ରପାତ ଘଟି ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ୨ ଓ ବାଲେଶ୍ବରରେ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ବାଲେଶ୍ବର ଖଇରା ବ୍ଲକ ନୟାଖଣ୍ଡୀ ପଂଚାୟତ ଅଧୀନ କଅଁଳଖୁଣ୍ଟା ଗାଁର ବିବେକାନନ୍ଦ ଖୁଣ୍ଟିଆ (୪୭) ଓ ତାଙ୍କ ସାନ ଭାଇ ଶମ୍ଭୁନାଥ ବିଲରେ କାମ କରୁଥିଲେ। ସେହିସମୟରେ ବଜ୍ରପାତ ହୋଇଥିଲା ଓ ବିବେକାନନ୍ଦଙ୍କ ଉପରେ ପଡିଥିଲା। ତାଙ୍କୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ବିବେକାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡମଧୁପୁର ପଞ୍ଚାୟତ ଭୁବନପୁର ଗ୍ରାମର ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି(୧୯) ଏବଂ ବାବନ ମଲିକଙ୍କ ପୁଅ ଯୋଗୀ(୧୬) ମଧ୍ୟାହ୍ନ ସମୟରେ ଗାଁ ନିକଟ କୁଲାବେଙ୍ଗି ପାଟରୁ ଘାସ ଆଣିବାକୁ ଯାଇଥିଲେ। ବର୍ଷା ହେବାରୁ ସେମାନେ ସେଠାରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button