ଓଡିଶା
ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା: ଟ୍ରାଫିକ କଟକଣା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ : ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହେବ । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା ଆଶା କରାଯାଉଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଟ୍ରାଫିକ କଟକଣା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଗତକାଲି ମକଡ୍ରିଲ କରିଛି ପୁରୀ ଜିଲ୍ଲା ପ୍ରଶାସନ।
ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଏହି ପୂର୍ବାଭ୍ୟାସ । ଭିଡ଼ ଭିତରୁ ଅସୁସ୍ଥ ଭକ୍ତ ଙ୍କୁ ଉଦ୍ଧାର କରିବା ଏବଂ ଗ୍ରୀନ କରିଡର କରି ଆମ୍ବୁଲାନ୍ସ ଯିବା ଲାଗି କରାଯାଇଥିଲା ମକ ଡ୍ରିଲ l ସେପଟେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସ୍ନାନ ପୂର୍ଣ୍ଣିମାରେ ଉଠିବାକୁ ଥିବା ତିନି ରଥର ଚାରି ନାହାକା ଗତକାଲି ଠାରୁ ଉଠି ସାରିଲାଣି ।