ବ୍ୟବସାୟ

ଗତକାଲି ଉପରମୁହାଁ ହୋଇଥିବା ବେଳେ ଆଜି ତଳକୁୁ ଖସିଲା ସେୟାର୍‌ ବଜାର

ମୁମ୍ବାଇ: ଗତକାଲି ଭାରତୀୟ ସେୟାର୍‌ ବଜାର ସମାନ୍ୟ ଉପରକୁ ଉଠିଥିବା ବେଳେ ଆଜି ପୁଣି ତଳମୁହାଁ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ପ୍ଲାନ୍‌ର ପ୍ରଭାବ ଭାରତୀୟ ବଜାରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

ଆଜି ସକାଳ ୯.୨୨ ସୁଦ୍ଧା ଏସ୍‌ ଆଣ୍ଡ୍‌ ପି ବିଏସ୍‌ଇ ସେନସେକ୍ସ ୨୫୫.୪୯ ପଏଣ୍ଟ ହ୍ରାସ ପାଇ ୭୩,୯୭୧.୫୯ରେ ପହଞ୍ଚିଛି। ସେହିପରି ଏନ୍‌ଏସ୍‌ଇ ନିଫ୍‌ଟି୫୦ ୮୬.୭୦ ପଏଣ୍ଟ ହ୍ରାସ ପାଇ ୨୨,୪୪୯.୧୫ରେ ପହଞ୍ଚିଥିବା ସୂଚନା ରହିଛି।

ଜିଓଜିତ ଇନଭେଷ୍ଟମେଣ୍ଟସ୍ ଲିମିଟେଡର ମୁଖ୍ୟ ନିବେଶ ରଣନୀତିଜ୍ଞ ଡକ୍ଟର ଭିକେ ବିଜୟକୁମାର କହିଛନ୍ତି ଯେ ଆଜି ଚୀନ୍ ଉପରେ ୧୦୪% ଶୁଳ୍କ ଲାଗୁ ହେବାର ସମ୍ଭାବନା ଥିବାରୁ ମାର୍କେଟ ନିମ୍ନାଭୂମୁଖୀ ହୋଇଛି।

ଉଲ୍ଲେଖଯୋଗ୍ୟ, ସୋମବାର ବିଏସ୍‌ଇ ଏବଂ ଏସ୍‌ଇ ସେନ୍‌ସେକ୍ସ ୨୫୬୪.୭୪ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୭୯୯.୯୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍‌ଟି ୫୦ ସକାଳ ୯.୨୪ ସୁଦ୍ଧା ୮୩୧.୯୫ ପଏଣ୍ଟକୁ ଖସି ୨୨,୦୭୨.୫୦ରେ ପହଞ୍ଚିଥିଲା। ଗତକାଲି ଭାରତୀୟ ସେୟାର ବଜାର ପାଇଁ କଳା ସୋମବାର ଥିଲା। ସେନ୍‌ସେକ୍ସେରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି।  ହେଲେ ଗତକାଲି ଅବସ୍ଥା ସାମାନ୍ୟ ସୁଧୁରିଥିଲା। ସେନସେକ୍ସ ଏବଂ ନିଫ୍ଟି ବୁଧବାର ୧.୫% ବୃଦ୍ଧି ପାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button