ଓଡିଶା
ବାରଙ୍ଗରେ ବିଳମ୍ବିତ ରାତି ଯାଏଁ ଉଡ଼ିଲା ମାଳ ମାଳ ଡ୍ରୋନ, ଲୋକେ ଭୟଭୀତ

ବାରଙ୍ଗ: ଅନ୍ଧାର ଆକାଶରେ ଉଡ଼ିଲା ମାଳ ମାଳ ଡ୍ରୋନ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଡୁଥିଲା ଏହି ଡ୍ରୋନ୍ । କିଏ ଏବଂ କଣ ପାଇଁ ଏହି ଡ୍ରୋନ୍ ଉଡାଉଥିଲେ ତାହା ଜଣାପଡ଼ି ନଥିବା ବେଳେ ବାରଙ୍ଗ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।
ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପ୍ରଥମେ ବାରଙ୍ଗର ରତାଗଡ଼, ଗୋଡିସାହି , ଶଣ୍ଢପୁର ଆଦି ଅଞ୍ଚଳରେ ଏକାଧିକ ଡ୍ରୋନ୍ ଉଡୁଥିବା ସ୍ଥାନୀୟ ଲୋକେ ଦେଖିଥିବା ବେଳେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ବାରଙ୍ଗ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଯାଞ୍ଚ କରିଥିବା ବେଳେ କୌଣସି ସୂଚନା ମିଳିପାରିନଥିଲ ।
ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାରଙ୍ଗ ତ୍ରିଶୂଳିଆ , ନରଣପୁର, କୃଷ୍ଣଚନ୍ଦ୍ରପୁର ଓ ଏହାର ଆଖ ପାଖ ଅଞ୍ଚଳରେ ଏହି ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତା ବରଣ ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏତେ ସଂଖ୍ୟାରେ ଡ୍ରୋନ୍ ଉଡାଣ କରୁଥିଲେ ତାହା ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।