ଓଡିଶା

ମେଡିକାଲ ପରିସରରେ ଡାକ୍ତରଙ୍କୁ ଡାକ୍ତରଙ୍କ ଆକ୍ରମଣ ଅଭିଯୋଗ

ଯାଜପୁର : ମେଡିକାଲ ପରିସରରେ ଡାକ୍ତରଙ୍କୁ ଡାକ୍ତରଙ୍କ ଆକ୍ରମଣ ଅଭିଯୋଗ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପଛିକୋଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲୁଥିବା ଅନିୟମିତତା ସଂପର୍କରେ ଖବର ପାଇ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ ଭବାନୀ ଶଙ୍କର ଦାସ ଘଟଣାର ତଦନ୍ତ କରିବାକୁ ଯାଇଥିଲେ ।

ସେଠାରେ ଉପସ୍ଥିତ ଥିବା ପଛିକୋଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭ୍ରାଂଶୁ ଶେଖର ରାଉତ ଏବଂ ତାଙ୍କ ବାପା ରାହାସ ବିହାରୀ ରାଉତ ତାଙ୍କୁ ଦୁବ୍ୟବହାର କରିବା ସହିତ ଅଶ୍ମିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ସେଠାରେ ଉପସ୍ଥିତ ଥିବା ମହିଳା କର୍ମଚାରୀ ଙ୍କୁ ମଧ୍ୟ ଗାଳିଗୁଲଜ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଭିଯୁକ୍ତ ରାହାସ ବିହାରୀ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଏବଂ ପୂର୍ବରୁ ଯୌନ କେଳେଙ୍କାରି ଘଟଣାରେ ସଂପୃକ୍ତ ଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ଏଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଫଳରେ ତଦନ୍ତ ପାଇଁ ଯାଇଥିବା ଟିମ୍ ଫେରି ଆସି ଏ ସଂପର୍କରେ ଯାଜପୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏ ସଂକ୍ରାନ୍ତରେ କୋରେଇ ଥାନାରେ ଏକ ଲିଖିତ ଅଭିଯୋଗ କରି ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିସହିତ ଡା ଶୁଭ୍ରାଂଶୁଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଦୁଇ ଜଣ ମହିଳା କର୍ମଚାରୀ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି। ସେପଟେ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଶିବାଶିଷ ମହାରଣା ପ୍ରତିଶୃତି ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button