ଭାରତ ନୋଟରେ ଗାନ୍ଧୀଙ୍କର ଫୋଟୋ କାହିଁକି ରହିଛି? ଆସନ୍ତୁ ଜାଣିବା ଏହା ପଛର କାହାଣୀ

ଦେଶକୁ ଅଂରେଜ ମାନଙ୍କଠୁ ଆଜାଦ କରେଇବାରେ ମହାତ୍ମା ଗାଁନ୍ଧୀଙ୍କର ମହତ୍ବପୂର୍ଣ୍ଣ ଯୋଗଦାନ ଥିଲା । ତାଙ୍କ ଏହି ଯୋଗଦାନ ପାଇଁ ତାଙ୍କୁ ଦେଶ ର ପିତା କୁହାଯାଇଛି, କିନ୍ତୁ ଭାରତୀୟ ନୋଟ ଉପରେ ଗାନ୍ଧୀଙ୍କର ଫୋଟୋ କେଉଁଠୁ ଆସିଲା ଆପଣ କେବେ ଭାବିଛନ୍ତି, ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା । ଗତ କିଛି ସମୟ ରେ ଭାରତୀୟ ନୋଟ ବଦଳିଛି କିନ୍ତୁ ନୋଟ ଉପରେ ଥିବା ଗାନ୍ଧୀଙ୍କର ଫୋଟୋ ସେମିତି ଅଛି ।
କେଉଁଠୁ ଆସିଲା ଗାନ୍ଧୀଙ୍କ ଫୋଟୋ :
ଏହି ଫୋଟୋ ସେହି ସମୟ ର ଯେତେବେଳେ ଗାନ୍ଧୀ ମିଆମାର ଓ ଭାରତ ମଧ୍ୟ ରେ ବ୍ରିଟିଶ ସେକ୍ରେଟରୀ ରୂପ ରେ ଫ୍ରେଡରିକ ପେଥିକ ଲାରେଂସ ସହ କୋଲକାତା ର ବାୟସରାୟ ହାଉସ ରେ ଦେଖା ସାକ୍ଷାତ ହୋଇଥିଲା । ଏହି ଫୋଟୋ ରୁ ଗାନ୍ଧୀଙ୍କର ଚେହେରା ର ଛବି ରୂପ ରେ ଭାରତୀୟ ନୋଟ ଉପରେ ଅଙ୍କିତ ହୋଇଥିଲା ।
ଆଗରୁ ଛପା ଯାଉଥିଲା କିଂ ଜାର୍ଜଙ୍କ ର ଫୋଟୋ :
ଭାରତୀୟ ଟଙ୍କା ୧୯୫୭ ଯାଏଁ ୧୬ ପଇସା ର ଥିଲା । ଏହା ପରେ ଗୋଟେ ମୁଦ୍ରା କୁ ଦଷଭାଗ ର ପ୍ରଣାଳୀ ରେ କରାଗଲା ଏବଂ ଗୋଟେ ଟଙ୍କା କୁ ୧୦୦ ପଇସା ରେ ନିର୍ମାଣ କରାଗଲା । କିଂ ଜାର୍ଜ ଫୋଟୋ ନୋଟ ୧୯୪୯ ପର୍ଯ୍ୟନ୍ତ ଚାଲିଲା ।
ଏହା ପରେ ଅଶୋକ ସ୍ତମ୍ଭ ନୋଟ ଆସିଲା ତା ପରେ ମହାତ୍ମା ଗାନ୍ଧୀଙ୍କର କାଗଜ ନୋଟ ଆସିଲା ଯାହା ୧୯୯୬ ରୁ ଆରମ୍ଭ ହେଲା ଏବଂ ଆଜି ଯାଏଁ ଚାଲିଛି ।
୧୯୯୬ ମସିହା ରେ ବଦଳିଲା ନୋଟ :
ଆଜି ଆମେ ସମସ୍ତେ ପଇସା ଉପରେ ଗାନ୍ଧୀଙ୍କର ଫୋଟୋ ଦେଖୁ ଅଛୁ କିନ୍ତୁ ଆଗରୁ ଏହି ଜାଗାରେ ଅଶୋକ ସ୍ତମ୍ଭ ଅଙ୍କିତ ଥିଲା । ରିଜର୍ୱ ବ୍ୟାଙ୍କ ଆଫ ଇଣ୍ଡିଆ ଦ୍ୱାରା ୧୯୯୬ ରେ ପଇସା ପରିବର୍ତ୍ତନ ପାଇଁ ନିସ୍ପତି ନିୟା ଗଲା ।
ଏହି ନିସ୍ପତି ଅନୁସାରେ ଅଶୋକ ସ୍ତମ୍ଭ ଜାଗାରେ ରାଷ୍ଟ୍ରାପିତା ମହାତ୍ମା ଗାନ୍ଧୀଙ୍କର ଫୋଟୋ ଲଗାଯିବ ଏବଂ ଅଶୋକ ସ୍ତମ୍ଭ ପଇସା ର ବାମ ପଟର ତଳ ଭାଗରେ ରହିବ । ରିଜର୍ୱ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁଯାଇ ମହାତ୍ମା ଗାନ୍ଧୀଙ୍କ ଫୋଟୋ କୁ ପଇସା ରେ ଚଢେଇବା ପାଇଁ ୧୫ ଜୁଲାଇ ୧୯୯୩ ରେ କେନ୍ଦ୍ର ସରକାର କୁ କୁହାଯାଇଥିଲା କିନ୍ତୁ ଏହା କେବେ ଏବଂ କେମିତି ଲାଗୁ ହେଲା ସେଇଟା କେହି ଜାଣି ନାହାନ୍ତି ।