କ୍ରାଇମ

ଦିନେ ଭାରତ ବିରୋଧରେ ଉସୁକାଉଥିଲେ, ଆଜି ନିଜ ସୁରକ୍ଷା ପାଇଁ ପାକିସ୍ତାନ ଛାଡ଼ି କାନାଡ଼ା ପଳେଇଲେ

ନୂଆଦିଲ୍ଲୀ: ପହଲଗାମ୍‌ ଆକ୍ରମଣକୁ ନେଇ ଭାରତର ପଦକ୍ଷେପ ପରେ ଛାନିଆ ପାକିସ୍ତାନ । ଜଣେ ପରେ ଜଣେ ନେତା ଦେଶ ଛାଡିବାକୁ ଆରମ୍ଭ କଲେଣି । ପାକିସ୍ତାନ ପିପୁଲିସ ପାର୍ଟି-ପିପିପି ନେତା ବିଲାୱାଲ ଭୁଟ୍ଟୋ ଦେଶ ଛାଡିଛନ୍ତି । ପୂରା ବିଲାୱାଲ ଭୁଟ୍ଟୋଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି । ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରିବାର ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ନଦୀକୁ ନେଇ ଚୁକ୍ତି ଶେଷ ହୋଇଥିବା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ବିଲାୱାଲ ଭୁଟ୍ଟୋ ଭାରତକୁ ଆକ୍ରମଣ ପାଇଁ ଧମକ ଦେଇଥିଲେ । ଏବେ ଦେଶ ଛାଡି ପଳାଇଥିବା କଥା ସାମ୍ନାକୁ ଆସୁଛି ।

ପାକିସ୍ତାନରେ ଲୋକଙ୍କୁ ଭାରତ ବିରୋଧରେ ଉସୁକାଉଥିବା ନେତା ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ଏବେ ନିଜ ସୁରକ୍ଷା ପାଇଁ ଦେଶ ଛାଡୁଛନ୍ତି । କାରଣ ସେମାନେ ଜାଣିଛନ୍ତି ଯଦି ଯୁଦ୍ଧ ହୁଏ ତେବେ, ଭାରତ ପାକିସ୍ତାନକୁ ଧ୍ୱଂସ କରିଦେବ । ଯୁଦ୍ଧରେ ପାକିସ୍ତାନ ଭାରତ ଆଗରେ ମୁକାବିଲା ପାଇଁ କେବେ ବି ଛିଡା ହୋଇପାରିବ ନାହିଁ, ତେଣୁ ଦେଶ ଛାଡି ପଳାଇବା ଗୋଟିଏ ମାତ୍ର ରାସ୍ତା ବୋଲି ମନେକରି ଦେଶ ଛାଡି ପଳାଉଛନ୍ତି ପାକିସ୍ତାନର ନେତା

ସେପଟେ ଜମ୍ମୁ-କାଶ୍ମୀର ପୁଲିସ ୬୪ ଜଣ ଆତଙ୍କବାଦୀ ସହଯୋଗୀଙ୍କ ଘରେ ଚଢ଼ଉ କରିଛି।  ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଓଭର୍‌ଗ୍ରାଉଣ୍ଡ ୱାର୍କର୍ସ  ଏବଂ ଆତଙ୍କବାଦୀ ସହଯୋଗୀଙ୍କ ବାସଭବନରେ ବ୍ୟାପକ ଚଢ଼ଉ କରାଯାଇଥିଲା ବୋଲି ପୁଲିସ କହିଛି।  କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସ୍ବାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଶ୍ରୀନଗର ପୁଲିସ ଏହି ଚଢ଼ଉ କରିଛି।

ଆତଙ୍କବାଦୀ କାର୍ଯ୍ୟକଳାପକୁ ଠାବ କରିବା ଏବଂ ରୋକିବା ପାଇଁ ପ୍ରମାଣ ସଂଗ୍ରହ,  ଅସ୍ତ୍ରଶସ୍ତ୍ର, ଦସ୍ତାବିଜ, ଡିଜିଟାଲ ଉପକରଣ ଇତ୍ୟାଦି ଜବତ କରିବା ଉଦ୍ଦେଶ୍ୟରେ ଏହି ଚଢ଼ଉ କରାଯାଇଥିଲା। ଜମ୍ମୁ-କାଶ୍ମୀର ପୁଲିସର ଏହି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ  ଆତଙ୍କବାଦୀ ପରିବେଶକୁ ଉଚ୍ଛେଦ କରିବା ସହ  ଦେଶ ବିରୋଧୀ ଏବଂ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button