ସ୍ୱାସ୍ଥ୍ୟ

ବରଦାନ ସାଜିବ ହସ୍ତମୈଥୁନ! ନିୟମିତ କରିଲେ କମିବ କ୍ୟାନ୍ସର ହେବାର ସମ୍ଭାବନା, ଜାଣନ୍ତୁ ପୂରା ଖବର

ହସ୍ତମୈଥୁନ ଏଭଳି ଏକ ଅଭ୍ୟାସ ଯାହା ବିଷୟରେ ସାଧାରଣତଃ ଯୁବପିଢ଼ି କଥା ହେବାକୁ ସଂକୋଚ କରିଥାନ୍ତି। ଏହା ମଣିଷର ବ୍ୟକ୍ତିଗତ ପସନ୍ଦ ଅଥବା ନାପସନ୍ଦ ହୋଇଥିବା ବେଳେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାରର ମତ ଦେଇଥାନ୍ତି। ତେବେ, ନିୟମିତ ଭାବରେ ହସ୍ତମୈଥୁନ କରୁଥିବା ବ୍ୟକ୍ତି କ୍ୟାନ୍ସର ଭଳି ବଡ଼ ରୋଗଠାରୁ ଦୂରେଇ ରହି ପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Mastrubation

ହସ୍ତମୈଥୁନ କରିବା ଦ୍ୱାରା ମଣିଷ ଚିନ୍ତା ଏବଂ ଚାପ ଠାରୁ ଦୂରେଇ ରହିବା ସହିତ ଭଲ ନିଦ ହୋଇଥାଏ ବୋଲି ପୂର୍ବରୁ ବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି। ତେବେ, ଏହା କରିବା ଦ୍ୱାରା ଆପଣ ପ୍ରୋଷ୍ଟେଟ କ୍ୟାନ୍ସର ଠାରୁ ଦୂରେଇ ରହି ପାରିବେ ବୋଲି ହାର୍ଭାଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ରିସର୍ଚ୍ଚରୁ ସୂଚନା ମିଳିଛି। ୨୦୧୬ରେ ପ୍ରକାଶିତ ହୋଇଥିବା ଏକ ଜର୍ଣ୍ଣାଲରେ ଏଥିନେଇ ଉଲ୍ଲେଖ କରାଯାଇଛି।

Cancer

ମାସରେ ୨୧ ଥର କିମ୍ବା ତା’ଠାରୁ ଅଧିକ ହସ୍ତମୈଥୁନ କରିବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା ୩୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଥିବା ଜଣାପଡ଼ିଛି। ୧୮ ବର୍ଷ ଧରି ୩୧,୯୨୫ ପୁରୁଷଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ତେବେ, ଏଥିରେ ୨୦ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ବୟସର ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଉନ୍ନତ ସ୍ୱାସ୍ଥ୍ୟ ପାଇଁ ହସ୍ତମୈଥୁନ କାହିଁକି ଏବଂ କିପରି ଆବଶ୍ୟକ ସେଥିନେଇ ଏପର୍ଯ୍ୟନ୍ତ ଗବେଷଣା ଜାରି ରହିଛି। ତେବେ ପ୍ରୋଷ୍ଟେଟ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ହସ୍ତମୈଥୁନ ଏକମାତ୍ର ଉପାୟ ନୁହେଁ ବୋଲି ଗବେଷକମାନେ କହିଛନ୍ତି।

ଯୌନାଙ୍ଗ ସମସ୍ୟା: କାରଣ ଓ ଚିକିତ୍ସା

Related Articles

Leave a Reply

Your email address will not be published. Required fields are marked *

Back to top button