ରାଜନୀତି
ବେଆଇନ ମଦ କାରବାର ରୋକିବାକୁ ନିଆଯାଉଛି ପଦକ୍ଷେପ, ରାଜ୍ୟରେ ଅଣାଯିବ ନୂଆ ଅବକାରୀ ନୀତି : ଆଇନ ମନ୍ତ୍ରୀ

ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ନୂଆ ଅବକାରୀ ନୀତି ଅଣାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ମୂଳରୁ କିଭଳି ଭାବେ ବେଆଇନ ମଦ କାରବାରକୁ ରୋକିହେବ ସେନେଇ ପଦକ୍ଷେପ ନିଆଯାଉଛି ।
ଗଞ୍ଜାମ ଜିଲ୍ଲାର ବେଆଇନ ମଦ କାରବାର ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ।
ଯେଉଁମାନେ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କ ଅବସ୍ଥାରେ ମଧ୍ୟ ସୁଧାର ଆସିଛି ବୋଲି ଅବକାରୀ ମନ୍ତ୍ରୀ ।