ଓଡିଶା

୧୭ରେ କେଉଁମାନେ ପାଇବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫୦୦୦ ଟଙ୍କା, ଜାଣନ୍ତୁ କଣ କହିଲେ ସରକାର

ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ତେବେ ଯେଉଁମାନଙ୍କର ଫର୍ମ ଅନଲାଇନରେ ଦାଖଲ ହୋଇ ଭେରିଫାଇ ହୋଇସାରିଛି ସେମାନଙ୍କୁ ୧୭ରେ ପ୍ରଥମ କିସ୍ତି ଟଙ୍କା ମିଳିବ। ଏହାଛଡ଼ା ସୁଭଦ୍ରା ଯୋଜନାକୁ ନେଇ ଏକ ଅପଡେଟ ଆସିଛି। ଯାହାକି ଆଧାର ସହିତ ମୋବାଇ ନମ୍ବର ଲିଙ୍କ ନ ଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ। ଏଥିପାଇଁ ଓଟିପିର ଆଉ ଆବଶ୍ୟକତା ନାହିଁ ବୋଲି ଜଣାପଡ଼ିଛି।

Subhadra

ଏହି ଖବର ଜଣାପଡ଼ିବାପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କହିବାକୁ ଗଲେ ‘ସୁଭଦ୍ରା’ ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତ କରାଯାଇଛି। ସୁଭଦ୍ରା’ ଯୋଜନା ଆବେଦନକାରୀମାନେ ମୋବାଇଲ ନମ୍ବର ଲିଙ୍କ୍‌ ଓ ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ।

ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା। ଏହି ସୁଯୋଗରେ ଦଲାଲ ମଧ୍ୟ ସକ୍ରିୟ ହୋଇ ଉଠିଥିଲେ। ବର୍ତ୍ତମାନ ଆଧାର ଓଟିପି ନ ଦେଇ ମଧ୍ୟ ଫର୍ମ ସବମିଟ କରି ପାରିବେ।

ସୂଚନା ଅନୁଯାୟୀ, ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ପୂର୍ବରୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଇ ନାହିଁ। ୧୭ ତାରିଖ ପରେ ମଧ୍ୟ ଆବେଦନ କରିବେ। ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button