ହେମା ଅନ୍ୟ ହିରୋଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କଲେ ସହି ପାରନ୍ତିନି ଧର୍ମେନ୍ଦ୍ର – Utkal Mail
ନୂଆଦିଲ୍ଲୀ: ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ବଲିଉଡର ଅନ୍ୟତମ ପ୍ରସିଦ୍ଧ ଷ୍ଟାର ଦମ୍ପତି। ଅଭିନେତା ପ୍ରକାଶ କୌରଙ୍କ ସହିତ ପ୍ରଥମ ବିବାହର ୨୬ ବର୍ଷ ପରେ ୧୯୮୦ ମସିହାରେ ହେମା ମାଳିନୀଙ୍କୁ ବିବାହ କରିଥିଲେ। ଖବର ଅନୁଯାୟୀ ଧର୍ମେନ୍ଦ୍ର ହେମା ମଲିନୀଙ୍କୁ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ବିବାହ କରିଥିଲେ। ଧର୍ମେନ୍ଦ୍ର ତାଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ବି ଗ୍ରହଣ କରିଥିଲେ।
୧୯୭୬ ମସିହାରେ ସେମାନଙ୍କ ବିବାହ ପୂର୍ବରୁ ଷ୍ଟାରଡଷ୍ଟ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ହେମା କହିଥିଲେ ଯେ ତାଙ୍କର ସବୁବେଳେ ଧର୍ମେନ୍ଦ୍ରଙ୍କ ସହ ଝଗଡ଼ା ହେଉଥିଲା। ପୁଣି ସବୁ ଠିକ୍ ହୋଇ ଯାଉଥିଲା। ଧର୍ମେନ୍ଦ୍ର ଯେତେବେଳେ ସକାଳୁ ସକାଳୁ ହେମାଙ୍କୁ ଭେଟିବାକୁ ଆସି ‘ମୁହଁ କାଇଁ ଓହଳାଇଛ?’ ବୋଲି ପଚାରନ୍ତି ତ ‘ମୋ ମୁହଁ ହିଁ ଏହିପରି’ ବୋଲି କହି ଉତ୍ତର ଦେଉଥିଲେ ହେମା। ତାପରେ ଦୁହିଁଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇ ଯାଉଥିଲା।
ସେହିଭଳି ଏକ ସାକ୍ଷାତକାରରେ ‘ସୋଲେ’ ଷ୍ଟାର କହିଛନ୍ତି ଯେ ହେମା ବଡ଼ ପରଦାରେ ଅନ୍ୟ କଳାକାରଙ୍କ ସହ ପୋଜ୍ କରିବା ଉପରେ ତାଙ୍କର ଆପତ୍ତି ରହୁଥିଲା। ସେ ରାଗି ଯାଉଥିଲେ। ଏକ ମାଗାଜିନ ସହିତ କଥାବାର୍ତ୍ତା କରି ଧର୍ମେନ୍ଦ୍ର କହିଛନ୍ତି, “ମୁଁ ଆପତ୍ତି କରେ ସେ ଅନ୍ୟ ହିରୋମାନଙ୍କ ସହିତ ପୋଜ୍ ଦେଲେ।’’ ସେହି ସମାନ ସାକ୍ଷାତ୍କରେ ହେମା ମଧ୍ୟ ଧର୍ମେନ୍ଦ୍ର ଅନ୍ୟ ଅଭିନେତ୍ରୀଙ୍କ ସହ ଅନ୍ତରଂଗ ଦୃଶ୍ୟ କଲେ ଆପତ୍ତି କରନ୍ତି ବୋଳି କହିଥିଲେ।



