କ୍ରାଇମ

କାର-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ଗୁରୁତର

ସାଲେପୁର : କାର ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ରାସ୍ତାର ସାଲେପୁର ସପନପୁର ଛକ ନିକଟରେ । ସୂଚନା ମୁତାବକ, ଏକ କାର ଚାଳକ ବେପରୁଆ ବାବେ ଡ୍ରାଇଭିଂ କରି ପ୍ରଥମେ ଏକ କାର ସହ ଧକ୍କା ଦେଇ ପରେ ପୁଣି ବାଇକ ସହ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ ଆରୋହୀ ଜଣକ ହେଲେ ଜପକୁଦର ସୁଦାମ ବାରିକ । ଗୁରୁତର ଅବସ୍ଥାରେ ସୁଦାମ ବାରିକକୁ ଉଦ୍ଧାର କରାଯାଇ ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଛି । କାରରେ ମଦ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହ କାର ଚାଳକକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି । ସାଲେପୁର ଥାନା ପୋଲିସର କୋହଳ ମନୋଭାବ ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button