ଓଡିଶା

ବାବା ଚଣ୍ଡେଶ୍ୱର ଦେବ ଶୈବ ପୀଠରେ ବେଦ ମହାଯଜ୍ଞ ଅନୁଷ୍ଠିତ, ଚାରି ବେଦ ପାଠରେ କମ୍ପିଲା ଅଞ୍ଚଳ

ଟାଙ୍ଗୀ: ଆମ ସଂସ୍କୃତି ଓ ପରମ୍ପରାରେ ଚାରି ବେଦର ରହିଛି ଏକ ସ୍ବତନ୍ତ୍ରତା । ବିଶ୍ୱାସ ରହିଛି ଯେଉଁଠାରେ ବେଦ ମନ୍ତ୍ର ଉଚ୍ଚାରଣ ହୁଏ । ସେଠାରେ ସମସ୍ତ ବିଘ୍ନ ବିନାଶ ହୁଏ । ବ୍ରାହ୍ମଣ ପଣ୍ଡିତମାନଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ବାବା ଚଣ୍ଡିହର ଦେବଙ୍କ ପୀଠ । ଗାୟତ୍ରୀ ମଣ୍ଡଳୀ ମା’ ଗାୟତ୍ରୀଙ୍କୁ ଆବାହନ କରାଯାଇ ବିଧି ବିଧାନରେ ଚାରି ବେଦ ପାଠ କରାଯାଇ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରାଯାଉଛି । ଏହା ସାତ ଦିନ ଧରି ଚାଲିଛି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ ଐତିହାସିକ ରାଜ ପ୍ରତିଷ୍ଠିତ କେଶର କ୍ଷେତ୍ର ବାବା ଚଣ୍ଡୀହରଙ୍କ ପୀଠ । ବାର ମାସରେ ଏଠାରେ ତେର ପର୍ବ ଅନୁଷ୍ଠିତ ହୁଏ ।  ତନ୍ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଶୀତଳଷଷ୍ଠୀରେ ଶିବ ବିବାହ ବହୁ ଆଡ଼ମ୍ବରରେ ପାଳିତ ହୋଇଆସୁଅଛି । ତତ ସହିତ ୧୯୬୨ ମସିହାରୁ ଗଜପତି ମହାରାଜ ବୀରକିଶୋର ଦେବଙ୍କ  ସମୟରୁ ଏଠାରେ କୁମାରୀ ସପ୍ତସତୀ ଚଣ୍ଡୀ ମହାଯଜ୍ଞ ସମେତ ରୁଦ୍ର ମହାଯଜ୍ଞ, ସୌର ମହାଯଜ୍ଞ  ଅଦ୍ୟାବଧି ଚାଲି ଆସୁଅଛି । ଚଳିତ ବର୍ଷ ଯଜ୍ଞ କମିଟି ପ୍ରସ୍ତାବ ଅନୁସାରେ ଶୁକ୍ଳ ଯଜୁର୍ବେଦୀୟ  ବେଦ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ଶ୍ରୀ ଚେଣ୍ଡେଶ୍ଵର ଦେବ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ମନୋରଞ୍ଜନ ମହାପାତ୍ର ନେତୃତ୍ୱରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମେ ୨୮ତାରିଖରୁ ଆରମ୍ଭ ହୋଇ ଜୁନ ୪ ତାରିଖରେ ଯଜ୍ଞ ସମାପନ ହୋଇଥିଲା । ପ୍ରତିଦିନ ଯଜ୍ଞ ହୋମ ଆହୁତି, ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ସହିତ ଆନନ୍ଦ ବଜାରରେ ଭକ୍ତଙ୍କ ଉଦ୍ଦେଶ୍ୟରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି ଯଜ୍ଞକୁ  କୁହୁଡି ଛଗଡ଼ର ବିଭିନ୍ନ ଗ୍ରାମର ଲୋକଙ୍କୁ ନେଇ ଯଜ୍ଞ କମିଟି କରାଯାଇ ଏହାର ସୁପରିଚାଳନା କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button