ଓଡିଶା

ମାଳ ମାଳ ସାପ: ୧୭ଟି ଅଣ୍ଡାରୁ ବାହାରିଲେ ନାଗ ଛୁଆ, ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ୍

ବ୍ରହ୍ମପୁର: ପରିତକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଅଣ୍ଡାରୁ ବାହାରିଲା ନାଗସାପ ଛୁଆ । ଦୀର୍ଘ ୭ ଦିନ ଧରି ଅଣ୍ଡା ଗୁଡ଼ିକୁ ସଂରକ୍ଷିତ ଭାବେ ରଖାଯିବା ପରେ ଅଣ୍ଡାରୁ ନାଗସାପ ଛୁଆ ବାହାରିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ।

ଗତ ସପ୍ତାହ ମଙ୍ଗଳବାର ଦିନ ହିଞ୍ଜିଳିକାଟୁ ବ୍ଳକ ସାଉଁଳେଇ ଛକରେ ରହୁଥିବା କାହ୍ନୁ ବିଷୋୟୀଙ୍କ ଘର ବାରି ପଛପଟେ ଏକ ୫ଫୁଟର ନାଗସାପ ସହ କିଛି ଅଣ୍ଡା ରହିଥିବା ଦେଖି ସ୍ନେକ ହେଲ୍ପ୍ ଲାଇନକୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇବା ପରେ ସ୍ନେହ ହେଲପ୍ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନାଗ ସାପ ଓ ୧୭ଟି ଅଣ୍ଡାକୁ ଉଦ୍ଧାର କରିଥିଲେ । ନାଗସାପକୁ ନିକଟରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।

ତେବେ ଅଣ୍ଡା ଗୁଡ଼ିକରୁ କିଭଳି ନାଗସାପ ଛୁଆ ବାହାରିବ ସେଥିନିମନ୍ତେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ୧୭ଟି ଅଣ୍ଡାକୁ ସୁରକ୍ଷିତ ଭାବେ ରଖାଯାଇଥିଲା । ୧୭ଟି ଅଣ୍ଡାରୁ ବର୍ତ୍ତମାନ ସୁରକ୍ଷିତ ଭାବେ ନାଗସାପ ଛୁଆ ବାହାରିଛି । ଏହି ସମସ୍ତ ନାଗସାପ ଛୁଆକୁ ଆଜି ସନ୍ଧ୍ୟାରେ ନଚେତ୍ ଆସନ୍ତାକାଲି ସକାଳେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଡ଼ିଏଫଓ । ସରକାର ଓ ବନବିଭାଗ ବନ୍ୟଜୀବଜନ୍ତୁ ମାନଙ୍କର ସଂରକ୍ଷଣ ପାଇଁ ଗୁରୁତ୍ବ ଦେଉଥିବା ଯୋଗୁଁ ଅଣ୍ଡାଗୁଡ଼ିକୁ ଆଣି ସଂରକ୍ଷିତ ଭାବେ ରଖାଯାଇଥିଲା । ଯାହାଫଳରେ ସେହି ଅଣ୍ଡାରୁ ଛୁଆ ବାହାରିବା ସହିତ ତାହା ଅତି ସୁନ୍ଦର ଭାବେ ଚଳପ୍ରଚଳ କରୁଥିବା ଦେଖି ଖୁସୀ ପ୍ରକାଶ କରିଛନ୍ତି ସ୍ନେହ ହେଲପ୍ ଲାଇନ ସଦସ୍ୟ ।

Related Articles

Leave a Reply

Your email address will not be published. Required fields are marked *

Back to top button