ବ୍ୟବସାୟ

ଗ୍ରାହକଙ୍କ ଖାଦ୍ୟରୁ ମଲା ମୂଷା ବାହାରିବା ପରେ ବନ୍ଦ ହେବ ଲୋକପ୍ରିୟ ରେସ୍ତୋରାଁ – Utkal Mail


ମୁମ୍ବାଇ: ଜଣେ ଗ୍ରାହକଙ୍କୁ ପରିବେଷଣ କରାଯାଇଥିବା ‘ଚିକେନ୍‌’ ଥାଳିରୁ ମଲାମୂଷା ବାହାରିବାରୁ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଲୋକପ୍ରିୟ ରେସ୍ତୋରାଁକୁ ବନ୍ଦ କରିବା ପାଇଁ ମହାରାଷ୍ଟ୍ର ଫୁଡ଼ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ (ଏଫଡିଏ) ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଗ୍ରାହକଙ୍କ ଅଭିଯୋଗ କ୍ରମେ ରେସ୍ତୋରାଁ ମ୍ୟାନେଜର୍‌ ଭିଭିଆନ୍‌ ଆଲବର୍ଟ ଶିକାୱେର୍‌ ଓ ଦୁଇଜଣ ରୋଷେୟାଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ ସୂଚନା ଦେଇଥିଲା । ତେବେ ଗିରଫର କିଛି ସମୟ ପରେ ତିନିଜଣଙ୍କୁ ଜାମିନ ମିଳି ଯାଇଥିଲା।

ଅଭିଯୋଗକାରୀ ଅନୁରାଗ ସିଂହ ବାନ୍ଦ୍ରା ଥାନାରେ ଅଭିଯୋଗ କରି କହିଥିଲେ କି, ‘ଖାଇବା ପାଇଁ ସେ ଜଣେ ବନ୍ଧୁଙ୍କୁ ସାଙ୍ଗରେ ନେଇ ବାନ୍ଦ୍ରା ପଶ୍ଚିମାଞ୍ଚଳ ଅନ୍ତର୍ଗତ ପାଲି ହିଲ୍‌ରେ ଥିବା ଗୋଟାଏ ରେସ୍ତୋରାଁକୁ ଯାଇଥିଲେ। ସେମାନେ ସେଠ‌ାରେ ରୁଟି, ଚିକେନ୍‌ ଓ ମଟନ୍‌ ଥାଳି ପାଇଁ ବରାଦ ଦେଇଥିଲେ।

ଖାଇବା ବେଳେ ଖଣ୍ଡେ ମାଂସର ସ୍ବାଦ ସେମାନଙ୍କୁ ଭିନ୍ନ ଲାଗିଲା। ନିରେଖି ଦେଖିବାରୁ ସେମାନେ ଜାଣିଲେ ସେଇଟା ଗୋଟାଏ ମଲା ଚୁଟିଆମୂଷା। ରେସ୍ତୋରାଁ ମ୍ୟାନେଜର୍‌ଙ୍କୁ ଅନୁରାଗ ସିଂହ ଏକଥା ପଚାରିବାରୁ ସେ ଅସନ୍ତୋଷଜନକ ବା କଥା ଏଡ଼ାଇବା ପରି ଉତ୍ତର ଦେଇଥିଲେ। ଆଉ କହିଥିଲେ ଖାଦ୍ୟରେ ମଲମୂଷା କେମିତି ଆସିଲା ଆମେ ଜାଣିନାହୁଁ।’

ଏହାପରେ ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button