ବିଚାର

ଜୁଲାଇ ୩ ଗୁରୁ ପୂର୍ଣ୍ଣିମା , ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଗୋଟିଏ ମାତ୍ର ଜିନିଷ । ହୋଇଯିବେ କୋଟିପତି । ରହିବନି କିଛିବି ଅଭାବ ।

ଏମିତିରେ ତ ପ୍ରତ୍ୟେକ ପୂର୍ଣ୍ଣିମା ଟ8ତିଥିକୁ ଅତ୍ୟନ୍ତ ସୁଖଦାୟକ ଏବଂ ଶୁଭ ମାନା ଯାଇଛି । କିନ୍ତୁ କିଛି ପୂର୍ଣ୍ଣିମା ତିଥି ଆହୁରି ଅଧିକ ଶୁଭ ହୋଇଥାଏ । ଏହିଦିନ ବ୍ରହ୍ମଚର୍ଯ ପାଳନ ସହିତ ତାମସିକ ଭୋଜନ କରିବା ମଧ୍ୟ ଶ୍ରେୟସ୍କର ଅଟେ । କାହାକୁ ଅପଶବ୍ଦ କହିବା ଉଚିତ ନୁହେଁ ଏବଂ ଘରକୁ ଆସିଥିବା ଆଗନ୍ତୁକଙ୍କୁ ଖାଲି ହାତରେ ଯିବାକୁ ଦେବା ଉଚିତ ନୁହେଁ । ଏହିଦିନ ଚାଉଳ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଗାଈର ସେବା ନିସ୍ୱାର୍ଥପର ଭାବରେ କଲେ ଜୀବନର ସବୁ ସମସ୍ୟା ଦୁଃଖ ଦୂର ହୋଇଯାଏ । ଗାଈର ସେବା ଯଦି ବିନା ସ୍ୱାର୍ଥରେ କଲେ ଏବଂ ପ୍ରତ୍ୟେକ ଦିନ ଖାଦ୍ୟ ଖାଇବାକୁ ଦେଲେ ଜୀବନର ସବୁ ଦୁଃଖ ଦୂର ହୋଇଥାଏ ।

ଗାଈକୁ ସନାତନ ଧର୍ମରେ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଏ ପୁଣି ଗାଈକୁ ପୂଜା କରିବାର ନିର୍ଦିଷ୍ଟ ବିଧାନ ରହିଛି । ଗାଈର ସେବା କରାଯାଉଥିବା ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ସହର ମାନଙ୍କରେ ତାହା ସମ୍ଭବ ନହେଲେ ସେଠାରେ ପ୍ରତ୍ୟେକ ଦିନ ଗାଈକୁ ରୋଟି ନିଶ୍ଚୟ ଖୁଆଇ ପାରିବେ । ଘରର ପ୍ରଥମ ରୁଟି ଗାଈକୁ ଖୁଆଇବା ଉଚିତ । ଏହାବ୍ୟତୀତ ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ଏବଂ ମାନସିକ ଚିନ୍ତା ଥିଲେ ରୁଟିରେ ଗୁଡ଼ ଲଗାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଗ୍ରହ ସମସ୍ୟା ଠିକ ହୋଇଯିବ । ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରୁ ନଥିଲେ ଗାଈକୁ ପ୍ରତ୍ୟେକ ଦିନ ରୋଟି ଖାଇବାକୁ ଦିଅନ୍ତୁ ଏବଂ ଗାଈକୁ ପ୍ରଣାମ କରି ନିଜର ମନସ୍କାମନା କୁହନ୍ତୁ ।

ଗାଈକୁ ବାସୀ ରୋଟି ପଚା ସଢ଼ା ଖାଦ୍ୟ ଖୁଆନ୍ତୁ ନାହିଁ । ଏହାଦ୍ବାରା ଘର ଉପରକୁ ସମସ୍ୟା ଆସିଥାଏ । ଗାଈକୁ ଅଶ୍ୱତ୍ଥ ପତ୍ର ଗଛରୁ ନଛିଡ଼ାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଗାଇକୁ କ୍ଷୀର ଖାଇବାକୁ ଦିଅନ୍ତୁ ନାହିଁ । ଯେଉଁ ଭୁଭାଗରେ ଘର କରିବାକୁ ଚାହୁଁଛନ୍ତି ସେହି ସ୍ଥାନରେ କିଛିଦିନ ପାଇଁ ଗାଈ ବାଛୁରୀକୁ ଏକାଠି ବାନ୍ଧି ଦିଅନ୍ତୁ । ସେହି ସ୍ଥାନ ପବିତ୍ର ହୋଇଯିବ । କୌଣସି ସ୍ଥାନକୁ ଯିବା ସମୟରେ ଏକା ସହିତ ଗାଈ ବାଛୁରୀ ଦର୍ଶନ କଲେ ଖୁବ ଶୁଭ ହୋଇଥାଏ । ଘର ଚାରିପଟେ ଗାଈ ଘୁରି ବୁଲୁଥିଲେ ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ଗାଈ ଆଖପାଖରେ ରହିଲେ ସରଦି ଏବଂ କାଶ ଭଳି ସଂକ୍ରମଣ ରୋଗ ହୁଏନାହିଁ । ଗାଈ ଠାରୁ ମିଳୁଥିବା ପଞ୍ଚ ଗବ୍ୟ ରୋଗର ନିରାକରଣ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।

ଗାଈକୁ ଆପଣ ପାଳିଲେ ଅତି ଉତ୍ତମ । ମାତ୍ର ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ଗାଈ ପାଇଁ ପ୍ରତ୍ୟେକ ଦିନ କିଛି ସଞ୍ଚୟ କରି କିଛି ମାସ ପରେ କୌଣସି ମନ୍ଦିର କିମ୍ବା ଗୋଶାଳା କିମ୍ବା ଗରିବ କିମ୍ବା ଅନ୍ୟ କୌଣସି ଧଳା ପଶୁକୁ ଖାଇବାକୁ ଦେଇ ଦିଅନ୍ତୁ । ଆପଣ ଅତି କମରେ ଗାଈକୁ ପ୍ରତ୍ୟକ ଦିନ ରୋଟି ନିଶ୍ଚିତ ଖୁଆଇ ପାରିବେ । ତ୍ରେତୟା ଯୁଗରୁ ଗାଈକୁ ଅଇଁଠା ଖାଇବାର ଅଭିଶାପ ରହି ଆସିଛି । ମାତା ସୀତା ଗାଈକୁ ଅଇଁଠା ଖାଇବାର ଅଭିଶାପ ଦେଇଥିଲେ । ଯେଉଁ କାରଣରୁ ବର୍ତ୍ତମାନ ସୁଦ୍ଧା ବି ଗାଈ ଲକ୍ଷ୍ମୀ ହୋଇବି ସୁଦ୍ଧା ଅଇଁଠା ଖାଇ ଥାଏ । ଯଦି ଆପଣ ଗାଈ ନିମନ୍ତେ କୌଣସି ମନ୍ଦିରକୁ ଯାଇ ପୂଜା ପାଠ ପରି ପାରୁ ନାହାଁନ୍ତି ତେବେ ଗାଈକୁ ଗୋଟିଏ ରୋଟି ନିଶ୍ଚିତ ଖୁଆଇ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button