ବିଚାର

ନବରାତ୍ରିର ନବମୀ ଦିନ କୌଣସି କନ୍ୟାକୁ ଦିଅନ୍ତୁ ଏହି ଗୋଟେ ଜିନିଷ, ଆପଣଙ୍କ ଘର ଧନସମ୍ପତ୍ତିରେ ଭରି ଯିବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚୈତ୍ର ନବରାତ୍ରି ମାଆ ଦୁର୍ଗାଙ୍କୁ ସମର୍ପିତ ଅଟେ। ଏହି ସମୟରେ କନ୍ୟା ପୂଜନ କରାଯାଇଥାଏ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ନବରାତ୍ରିରେ ମାଆ ଦୁର୍ଗାଙ୍କର ନଅ ଗୋଟି ରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ନବରାତ୍ରିରେ କନ୍ୟା ମାନଙ୍କୁ କେଉଁ ଜିନିଷ ଦେବା ଦ୍ଵାରା ସେ ସନ୍ତୁଷ୍ଟ ହୋଇ ପାରିବେ।

ନବରାତ୍ରିରେ ନବମୀ ଦିନ କନ୍ୟା ପୂଜନ ହେବାର ବିଧି ରହିଛି। କନ୍ୟା ମାନଙ୍କୁ ଭୋଜନ କରାଇ ଆପଣ ସନ୍ତୁଷ୍ଟ କରି ପାରିବେ। ନବରାତ୍ରିରେ ତୃତୀୟ ଦିନ ଆପଣ କନ୍ୟା ମାନଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ। ଚତୁର୍ଥ ଦିନ କନ୍ୟା ମାନଙ୍କୁ ମେକପ ଜିନିଷ ଦେଇ ପାରିବେ। ଏହାସହିତ ବହି ଖାତା,ପୋଷାକ ଆଦି ଆପଣ ଦାନ କରନ୍ତୁ। ଘରକୁ କନ୍ୟା ମାନେ ପ୍ରବେଶ କରିବା ପରେ କ୍ଷୀର ଓ ଜଳରେ ସେମାନଙ୍କର ଚରଣ ଧୋଇ କପଡ଼ାରେ ପୋଛି ଦିଅନ୍ତୁ।

ତାପରେ କନ୍ୟା ମାନଙ୍କ ପାଦରେ ଅଳତା ଲଗାଇ ଦିଅନ୍ତୁ ଏବଂ କ୍ଷୀରି, ପୁରୀ ଆଦି ଖାଇବାକୁ ଦିଅନ୍ତୁ। ସେମାନଙ୍କ ମୁଣ୍ଡରେ ଲାଲ ଚୁନରି ବାନ୍ଧନ୍ତୁ। ଦାନରେ ଆପଣ କନ୍ୟା ମାନଙ୍କୁ କୌଣସି ଜିନିଷ ଦେଇ ପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ କି କାଚ ବା ଧାରୁଆ ଜିନିଷ କିଛି ଦାନ କରନ୍ତୁ ନାହିଁ। ଯଦି ଆପଣ କୌଣସି ଜଣେ କନ୍ୟାଙ୍କୁ ସୁନା ବା ରୂପାର ମୁଦ୍ରା ଦାନ କରିବେ, ତାହେଲେ ମାଆ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ପରିବାର ଉପରେ ସର୍ବଦା ରହିବ। ଏହାସହିତ ଆପଣଙ୍କ ଘରେ ସୁଖଶାନ୍ତି ଓ ଧନସମ୍ପତ୍ତି ବୃଦ୍ଧି ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button