ଦେଶ ବିଦେଶ

କଥା ନହେବାରୁ ରାଗରେ ଆସି ରାସ୍ତା ମଝିରେ ପ୍ରେମିକାଙ୍କୁ ଛୁରୀ ଭୁସିଲା ପ୍ରେମିକ – Utkal Mail


ନୂଆଦିଲ୍ଲୀ: ଗୁରୁବାର ସକାଳେ ଦକ୍ଷିଣ ଦିଲ୍ଲୀର ଲାଡୋ ସରାୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ୨୩ ବର୍ଷ ବୟସ୍କା ଜଣେ ଯୁବତୀଙ୍କୁ ୧୩ ଥର ଛୁରୀ ଭୁସିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କୁ ଏବେ ଗୁରୁତର ଅବସ୍ଥାରେ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଛି।

ଯୁବତୀଙ୍କ ମୁଣ୍ଡ ଓ ବେକ ସମେତ ଶରୀରର ଅନେକ ସ୍ଥାନରେ ଛୁରୀରେ ଆଘାତ କରାଯିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଅଭିଯୁକ୍ତ ଗୌରଭକୁ ସ୍ଥାନୀୟ ଲୋକଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଜାଣିବାକୁ ମିଳିଛି ଯେ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଗତ ଦୁଇ ବର୍ଷ ଧରି ବନ୍ଧୁ ଥିଲେ କିନ୍ତୁ ଯୁବତୀ ଜଣକ ଅଚାନକ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। କୁହାଯାଉଛି ଯେ ଅଭିଯୁକ୍ତ ଯୁବକ ଏଥିରେ ରାଗିଯାଇ ଯୁବତୀଙ୍କ ଉପରେ ପ୍ରତିଶୋଧ ନେବାକୁ ଚିନ୍ତା କରି ଏପରି କରିଛନ୍ତି।

ପୀଡ଼ିତା ପ୍ରାଚିଙ୍କ ସହ ଗୌରଭ ଏହା ପୂର୍ବରୁ ୧୦-୧୨ ଦିନ ଜଣେ କଥା ହୋଇଥିଲେ। ତାହାପରେ ସେ ବାରମ୍ବାର ପ୍ରାଚିଙ୍କ ସହ କଥା ହେବାକୁ ଉଦ୍ୟମ କରୁଥିଲେ ବି ପ୍ରାଚି ଗୌରଭଙ୍କୁ ଅଣାଦେଖା କରି ଆସୁଥିଲେ।

ଉଭୟ ଗୌରଭ ଓ ପ୍ରାଚି ଗୋଟାଏ ସ୍ଥାନରେ କାମ କରୁଥିଲେ। ଦିନେ ଗୌରଭ ବାଟରେ ପ୍ରାଚିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଛାଡ଼ିବାକୁ ଜିଦି କଲେ। ପ୍ରାଚି ନମାନିବାରୁ ସେ ତାଙ୍କ ଫୋନ୍‌ ଛଡ଼ାଇବାକୁ ଲାଗିଲେ। ପ୍ରାଚି ରାଗରେ ଚୋର ଚୋର ବୋଲି ପାଟି କରି ଏକ ଅଟୋରେ ବସିଗଲେ। ଗୌରଭ ବି ଜବରଦସ୍ତ ତାଙ୍କ ପଛେ ପଛେ ଯାଇ ଶେଷରେ ତାଙ୍କୁ ଛୁରୀ ଭୁସିଥିଲେ। ସେ ତାଙ୍କୁ ପ୍ରାୟ ୧୩ ଥର ଛୁରୀରେ ଭୁସିଥିବା ଅଭିଯୋଗ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button