ବିଚାର

ସନ୍ଧ୍ୟାରେ ଅତିଥିଙ୍କୁ ଖୁଆନ୍ତୁ ସ୍ବାଦିଷ୍ଟ ପାଳଙ୍ଗ ଭେଜ୍ କବାବ୍

କବାବ କେବଳ ଆମିଶ ଲୋକ ଖାଇପାରିବେ ତାହାନୁହେଁ ବରଂ ନିରାମିଶାଷୀ ମଧ୍ୟ କବାବ ସ୍ବାଦର ମଜା ନେଇପାରିବେ। ଏଥିପାଇଁ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ ପାଳଙ୍ଗ ଭେଜ୍ କବାବ୍ ରେସିପି। ଏହା ସନ୍ଧ୍ୟାରେ ଟିଫିନରେ ଖାଇବା ପାଇଁ ବହୁତ ଭଲ ବିକଳ୍ପ ଅଟେ।

ସାମଗ୍ରୀ

ପାଳଙ୍ଗ – ୫୦୦ ଗ୍ରାମ

୧୫୦ ଗ୍ରାମ ବେସନ

ବାଦାମ୍ (ଗୁ୍ଣ୍ଡ) – ୨୦୦ ଗ୍ରାମ

ଧନିଆ ପତ୍ର – ଅଳ୍ପ

ଲୁଣ – ସ୍ବାଦାନୁସାରେ

ଚାଟ ମସଲା ପାଉଡର – ୧ ଚାମଚ

ଗରମ ମସଲା ପାଉଡର – ୧ ଚାମଚ

ସିଝା ଆଳୁ – ୩ଟି

ପିଆଜ – ୩

ତେଲ – ଦେଢ଼ କପ୍

ପ୍ରଣାଳୀ

ପାଳଙ୍ଗକୁ ଭଲଭାବେ ଧୋଇ ତାହାକୁ ପେଶି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସିଝା ଆଳୁକୁ ଭଳଭାବେ ଚକଟି ଦିଅନ୍ତୁ। ଏହାପରେ ଚକଟା ହୋଇଥିବା ଆଳୁରେ ପାଳଙ୍ଗ ପେଷ୍ଟ, ଲୁଣ, ଧନିଆ ପତ୍ର, ବେସନ, ବାଦାମ୍, ଗରମ ମସଲା ପାଉଡର, ଚାଟ ମସଲା ଏବଂ କଟା ପିଆଜ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏବେ ଏହାକୁ କବାବ ଆକାରରେ ବନାଇ ଧୀମା ଆଞ୍ଚରେ ଭଲଭାବେ ଫ୍ରାଇ କରନ୍ତୁ। ଏହା ଭଳଭାବରେ ହୋଇଗଲା ପରେ ଚଟଣୀ କିମ୍ବା ସସ୍ ସହିତ ଗରମା ଗରମ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button