ଜୀବନଶୈଳୀ

ଭାରତର କେଉଁ ସ୍ଥାନରେ ପୁରୁଷଙ୍କୁ ବିବାହ ପୂର୍ବରୁ କରିବାକୁ ପଡିଥାଏ କିଛି ଏମିତି…ଜାଣିଲେ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । ଘରେ ପୁଅ କି ଝିଅର ବିବାହ ହେବା ପୂର୍ବରୁ ତାଙ୍କ ପାଇଁ ଭଲ ଭଲ ପ୍ରସ୍ତାବ ସବୁ ଖୋଜାଯାଇଥାଏ । ଉପଯୁକ୍ତ ପାତ୍ର ମିଳିବା ପରେ ତାଙ୍କ ସହ ବିବାହର ଆୟୋଜନ ଘର ଲୋକ କରିଥାନ୍ତି । ଭାରତରେ ଏହା ଏକ ବହୁତ ବଡ଼ ଅନୁଷ୍ଠାନ ଭାବରେ ଖୁବ ପରିଚିତ। ଲୋକମାନେ ଏହାକୁ ନିଜ ଜୀବନର ଏକ ନୂତନ ଆରମ୍ଭ ବୋଲି ବି ମାନିଥାନ୍ତି । ତେଣୁ ଭାରତରେ ଏହି ବିବାହକୁ ନେଇ ଅନେକ ପରମ୍ପରା ରହିଛି। ପୁରାତନ କାଳରୁ ଆଜି ଯାଏଁ ଏହାକୁ ନେଇ ଅନେକ ରୀତିନୀତି ପାଳନ କରାଯାଉଥିବା ଦେଖିବାକୁ ମିଳେ।

ତେବେ ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ପରମ୍ପରାରେ ବିବାହ ରୀତିନୀତି ପାଳନ କରାଯାଏ। ସେହିପରି ଆଉ ଏକ ଭିନ୍ନ ପରମ୍ପରା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ଯାହା ଶୁଣି ଆପଣ ବି ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଭାରତରେ ଏପରି ବି ଏକ ଜାଗା ଅଛି । ଯେଉଁଠାରେ କି ବିବାହ ପୂର୍ବରୁ ବର ସହ କିଛି ଏଭଳି କରାଯାଇ ସେ ଉପଯୁକ୍ତ ଜଣେ ବର ପାତ୍ର କି ନାହିଁ ତାହା ପରୀକ୍ଷା କରାଯାଇଥାଏ ।

ତେବେ ତାହା ହେଉଛି ବିବାହ ପୂର୍ବରୁ ବରଙ୍କୁ ବିଦ୍ୟୁତ ଝଟକା ଦିଆଯାଇଥାଏ। ଭାରତର ପଶ୍ଚିମ ପାର୍ଶ୍ଵରେ ରହିଥିବା କିଛି ଅଞ୍ଚଳରେ ଏହି ପରମ୍ପରା ରହିଛି । ବିବାହ ପୂର୍ବରୁ ବରଙ୍କୁ ବିଦ୍ୟୁତ ଝଟକା ଦେଇ ନିଜ ପୁରୁଷପଣିଆର ପ୍ରମାଣ ଦିଆଯାଇଥାଏ। ଏହା ନ କରି ପାରିବା ପୁରୁଷଙ୍କୁ ବିବାହ ଯୋଗ୍ୟ ବୋଲି ଗଣନା କରାଯାଇନଥାଏ । ଏଠାରେ ଏକ ସ୍ୱୟଂବର ଅନୁଷ୍ଠିତ ହୁଏ ଯେଉଁଠି ଝିଅକୁ ବିବାହ କରିବାକୁ କିଛି ଯୁବକ ଆସିଥାନ୍ତି ।

ସେମାନଙ୍କ ଭିତରୁ ସମସ୍ତଙ୍କୁ ଗୋଟିଏ ବିଦ୍ୟୁତ ତାରକୁ ଧରି ରଖିବାକୁ ପଡେ। ଯେଉଁ ଯୁବକ ଏହାକୁ ଅଧିକ ସମୟ ଧରି ରଖନ୍ତି ସେ ବିବାହ ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ସୂଚନା ଅନୁଯାୟୀ ଏହି ଝଟକାଟି ୧୨୦ ଭୋଲଟର ହୋଇଥାଏ। ବିବାହ ପରମ୍ପରା ଦ୍ୱାରା ଏହା ସ୍ପଷ୍ଟ ଥାଏ ଯେ, ଯୁବକଙ୍କୁ ବିନା କୌଣସି ଦ୍ବିଧାରେ ଝଟକାକୁ ସହିବାକୁ ପଡିଥାଏ।

ତାପରେ ଯାଇ ସେ ଅସଲି ପୁରୁଷ ଏବଂ ତାଙ୍କର ବିବାହ କରିବାକୁ ସମସ୍ତ ଯୋଗ୍ୟତା ଅଛି ବୋଲି ସମାଜ ଗ୍ରହଣ କରେ । ତାପରେ ଯାଇ କନ୍ୟା ସହ ସେହି ପୁରୁଷର ବିଅହ କରିଦିଆଯାଇଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଯୋଡି ହୋଇ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ। ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button