ଓଡିଶା

୫ ବର୍ଷର ଭଉଣୀର ଜୀବନ ବଞ୍ଚାଇବାକୁ ଷଣ୍ଢ ସହିତ ଲ-ଢ଼ି-ଗଲେ ୧୩ ବର୍ଷର ଭାଇ,ସ୍କୁଲ ବ୍ୟାଗକୁ ଅ-ସ୍ତ୍ର ରୂପେ ବ୍ୟବହାର କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିଶୁ ପୁରସ୍କାର ଜିତିଥିବା ଦେଶର ୩୨ ପିଲାଙ୍କ ସହ କଥା ହୋଇଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ତିନି ପିଲାଙ୍କୁ ବାହାଦୁର ପୁରସ୍କାର ପ୍ରଦାନ କରାଯାଇଥିଲା,ଯେଉଁଥିରେ ୟୁପିର ବାରାମବକି ନିବାସୀ ଦିବ୍ୟ ସିଂ ସାମିଲ ଥିଲେ ଯିଏକି ତାଙ୍କ ସ୍କୁଲ ବ୍ୟାଗକୁ ଅ-ସ୍ତ୍ର କରି ୧୩ ବର୍ଷ ବୟସରେ ଷଣ୍ଢ ସହିତ ଲ-ଢେ-ଇ କରି ଭଉଣୀର ଜୀବନ ରକ୍ଷା କରିଥିଲେ। ଏଥିରେ ପ୍ରଭାବିତ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପୂର୍ବତନ ରାଜ୍ୟପାଳ ରାମ ନାୟକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସମ୍ମାନିତ କରିଥିଲେ। ଯାହାର ସାହସିକତାର କାହାଣୀ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ।

Google

ଏବେ ଦିବ୍ୟଶଙ୍କୁ 16 ବର୍ଷ ବୟସ । ସେ ବାରାମବକି ସହରର ବାସିନ୍ଦା ଏବଂ ବାହାଦୁର ହେବ ସହିତ ଜଣେ ଭଲ ଛାତ୍ର ବି ଅଟନ୍ତି। ପରିବାର ସଦସ୍ୟଙ୍କ କହିବାନୁସାରେ ୩୦ ଜାନୁଆରୀ ୨୦୧୮ ଯେତେବେଳେ ଦିବ୍ୟାଂଶ ସିଂଙ୍କୁ ମାତ୍ର 13 ବର୍ଷ ହୋଇଥିଲା, ସେ ତାଙ୍କର ପାଞ୍ଚ ବର୍ଷର ଭଉଣୀ ସମ୍ମୃଦ୍ଧି ସମେତ ଅନ୍ୟ ଆଠଜଣ ସ୍କୁଲ ପିଲାଙ୍କ ସହ ଫେରୁଥିଲେ।

ସହରର ରୋଡବିଜ୍ ବସ୍ ଆଡ୍ଡେ ନିକଟରେ ତାଙ୍କ ଭଉଣୀକୁ ଏକ ଷଣ୍ଢ ଆ-କ୍ରମ-ଣ କରିଥିଲା। ଭଉଣୀ ଜୀବନ ପ୍ରତି ବି-ପ-ଦ ଦେଖି ଦିବ୍ୟାଂଶ ବାହାଦୁରି ଏବଂ ଅଦମ୍ୟ ସାହସ କରି ଷଣ୍ଢକୁ ନିଜ ସ୍କୁଲ ବ୍ୟାଗରେ ଆ-କ୍ରମ-ଣ କରି ଶେଷରେ ଷଣ୍ଢକୁ ଘଉଡାଇ ଭଉଣୀର ଜୀବନ ରକ୍ଷା କରିଥିଲେ। ଏହା ଦ୍ବାରା ଦିବ୍ୟାଂଶଙ୍କ ଡାହାଣ ହାତର ଚାରୋଟି ସ୍ଥାନରେ ଭାଙ୍ଗି ଯାଇଥିଲା ।

ଦିବ୍ୟାଂଶ ସିଂଙ୍କ ପିତା ଡକ୍ଟର ଡି.ବି ସିଂ ଲକ୍ଷ୍ନୌ ସ୍ଥିତ ଡକ୍ଟର ଶକୁନ୍ତଳା ମିଶ୍ର ଦିବ୍ୟାଙ୍ଗ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ବିଭାଗର ଆସୋସିଏଟ୍ ଡିନ୍ ଏବଂ ମା ଡକ୍ଟର ବିନିତା ସିଂ ଶ୍ରୀ ଗଙ୍ଗା ମେମୋରିଆଲ୍ ପିଜି କଲେଜର ଡେପୁଟି ପ୍ରିନ୍ସପାଲ୍।

Google

ଦିବ୍ୟାଂଶଙ୍କୁ ଏହା ପୂର୍ବରୁ ୨୦୧୮ ରେ ଜାତୀୟ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଂଶଙ୍କୁ ‘ରାନୀ ଲକ୍ଷ୍ମୀବାଇ ସାହସିକତା’ ପୁରସ୍କାର ପ୍ରଦାନ କରାଯାଇଛି।୨୦୧୯ ରେ ଜୀବନ ରାଧା ପଦକ ପ୍ରଦାନ କରାଯାଇଛି ।

ଦିବ୍ୟାଂଶ ରାଜ୍ୟ ସ୍ତରୀୟ ବୈଜ୍ଞାନିକ ଅଭିନବ ପୁରସ୍କାର ୨୦୧୯, ଯୁବ ଶିଶୁ ବୈଜ୍ଞାନିକ ଅଭିନବ ୨୦୧୮ ପୁରସ୍କାର ସହିତ ଦୁଇ ଡଜନରୁ ଅଧିକ ପୁରସ୍କାର ପାଇଁ ଦିବ୍ୟାଂଶ ତାଙ୍କ ପିତାମାତା ଏବଂ ଜିଲ୍ଲାର ନାମକୁ ରୋସନ୍ କରିଛନ୍ତି ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button