ଦେଶ ବିଦେଶ

ରାମମନ୍ଦିର ନିର୍ମାଣରେ ଏଯାଏଁ ଖର୍ଚ୍ଚ ହେଲାଣି ଏତିକି ଟଙ୍କା, ବ୍ୟାଙ୍କ ଆକାଉଣ୍ଟରେ ଅଛି ଏତିକି କୋଟି – Utkal Mail


ଲଖନଉ: ଅଯୋଧ୍ୟାରେ ରାମ ଲାଲା ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ୩୦୦୦ କୋଟି ଟଙ୍କା ରହିଛି। ଅକ୍ଟୋବର ୭ ରେ ଟ୍ରଷ୍ଟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଟ୍ରଷ୍ଟ ସଚିବ ଚମ୍ପତ ରାୟ କହିଛନ୍ତି, ‘୫ ଫେବୃଆରୀ ୨୦୨୦ ରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ପାଇଁ ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ୩୦୦୦ କୋଟିରୁ ଅଧିକ ଟଙ୍କା ଆକାଉଣ୍ଟରେ ଅଛି।’ ଚମ୍ପତ କହିଛନ୍ତି ଯେ ବିଦେଶୀ ଦାନ କିଭଳି ଗ୍ରହଣ କରାଯିବ ସେନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଜାରି ରହିଛି | ସୂଚନା ଥାଉ କି ଆସନ୍ତାବର୍ଷ ଜାନୁଆରୀରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ।

ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଜାନୁଆରୀ ୨୨ରେ ଏହି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଶର ପ୍ରାୟ ୧୦,୦୦୦ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବେ ବୋଲି ଆଶା କରାଯାଉଛି। ଟ୍ରଷ୍ଟ ଅନୁଯାୟୀ, ରାମ ଜନ୍ମଭୂମିକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ପ୍ରସାଦ ସହ ଭଗବାନ ରାମଙ୍କ ଫଟୋ ଦିଆଯିବ | ଆହୁରି ମଧ୍ୟ, ଜାନୁୟାରୀ ୧ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ପୂଜିତ ଅକ୍ଷତ (ପୂଜାପାଠ ହୋଇଥିବା ଚାଉଳ) ଭାରତର ୫ ଲକ୍ଷ ଗ୍ରାମରେ ବଣ୍ଟନ କରାଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button