ଶୁକ୍ରବାର ଦିନ ନିଜ ପର୍ସରେ ଏହି ୯ ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ରଖି ଦିଅନ୍ତୁ ଆଉ ଦେଖନ୍ତୁ ଚମତ୍କାର । ଘରକୁ ଆସିବ ସମୃଦ୍ଧି :-

ଦୁନିଆରେ ସବୁ ଲୋକ ଅର୍ଥ ଆବଶ୍ୟକ କରନ୍ତି । ଏପରି କୁହାଯାଏ ଯେ ଅର୍ଥ ଦ୍ୱାରା କିଛିବି ଜିନିଷ କ୍ରୟ କରିହୁଏ ଯାହା ମନୁଷ୍ୟକୁ ଖୁସି ଦେଇଥାଏ । ଦୁନିଆରେ ଧନ ଅର୍ଜନ ପାଇଁ ଲୋକେ ଅନେକ କିଛି କାମ କରିଥାନ୍ତି । ପୁଣି କିଛି ଲୋକ ଏଥିପାଇଁ ଭଲ ରାସ୍ତାକୁ ଆପଣାଉ ଥିବା ବେଳେ ଆଉ କିଛି ଲୋକ ଅନ୍ୟାୟ ଏବଂ ଖରାପ ରାସ୍ତାରେ ଅର୍ଥ ରୋଜଗାର କରିଥାନ୍ତି । ଆଉ କିଛି ଲୋକ ଏପରିବି ଅଛନ୍ତି ଯେଉଁମାନେ ଅର୍ଥ ଅଧିକ ରୋଜଗାର କରନ୍ତି ସତ ମାତ୍ର ସନ୍ଧ୍ୟା ହେଲେ ପର୍ସ ଖାଲି ହୋଇଯାଏ । ଏସବୁ ସମସ୍ୟା ମନୁଷ୍ୟର କିଛି ଭୁଲ କାରଣରୁ ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରକୁ ଧନର ଆଗମନ ହେବ ଏବଂ ସବୁ ପ୍ରକାରର ଆର୍ଥିକ ସମସ୍ୟା ଦୂରେଇ ଯିବ ।
୧ . ନିଜ ପର୍ସରେ ସର୍ବଦା ମାତା ଲକ୍ଷ୍ମୀଙ୍କ ଫୋଟ ରଖନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ଆପଣଙ୍କ ଘରେ ରହିବେ ଏବଂ ଅସୀମ ଧନ ଲାଭର ଦିଗ ଖୋଲିଯିବ । ମାତ୍ର ମାତା ଲକ୍ଷ୍ମୀଙ୍କର ସର୍ବଦା ବସିବା ମୁଦ୍ରାରେ ଫୋଟ ନିଜ ପର୍ସରେ ରଖନ୍ତୁ ।
୨ . ଅଶ୍ୱତ୍ଥ ବୃକ୍ଷର ଏବଂ ତାହାର ପତ୍ରର ଅନେକ ମହତ୍ତ୍ୱ ରହିଛି । ଆମ ଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ଅନେକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଯଦି ମନୁଷ୍ୟ ନିଜ ପର୍ସରେ ସର୍ବଦା ଅଶ୍ୱତ୍ଥ ପତ୍ର ରଖେ ତେବେ ଆର୍ଥିକ ଲାଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ସମେତ ଅନ୍ୟାନ୍ୟ ଦେବଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମାତ୍ର ଏହାକୁ ଶୁଭ ମୁହୂର୍ତ୍ତରେ ଅଭିମନ୍ତ୍ରିତ କରିବା ପରେ ହିଁ ପର୍ସରେ ରଖନ୍ତୁ ।
୩ . ତୃତୀୟ ଉପାୟ ପାଇଁ ଏକ ନାଲି କାଗଜ ନେଇ ସେଥିରେ ନିଜର ମନସ୍କାମନା ଲେଖି ଦିଅନ୍ତୁ । ଏହାପରେ ତାହାକୁ ରେଶମୀ ସୂତାରେ ଗୁଡ଼ାଇ ପର୍ସ ଭିତରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ । ଏହାବ୍ୟତୀତ ଧନ ଲାଭ ମଧ୍ୟ ହେବ ।
୪ . ପର୍ସରେ ଏକ ଚିମୁଟା ଚାଉଳ ରଖିବା ଦ୍ୱାରା ଅଯଥା ଅର୍ଥ ଖର୍ଚ୍ଚ ବନ୍ଦ ହୋଇଥାଏ ଏବଂ ଧନ ଲାଭର ଅନ୍ୟାନ୍ୟ ଦିଗ ମଧ୍ୟ ଖୋଲିଯାଏ । ଏହିଭଳି ପର୍ସରେ କାଚ କିମ୍ବା ଛୋଟ ଛୁରୀ ରଖିଲେ ମଧ୍ୟ ଧନ ବୃଦ୍ଧି ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଆପଣ ନିଜ ପର୍ସରେ କଉଡ଼ି ମଧ୍ୟ ରଖି ପାରିବେ ।
୫ . ରୂପାର କିମ୍ବା ସୁନାର ମୁଦ୍ରା ଯଦି ଆପଣ ନିଜ ପର୍ସରେ ରଖନ୍ତି ତେବେ ଏହାଦ୍ବାରା ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଧନ ବୃଦ୍ଧି ମଧ୍ୟ ହୋଇଥାଏ । ମାତ୍ର ପ୍ରଥମେ ଏହାକୁ ପୂଜାଘରେ ମାତା ଲକ୍ଷ୍ମୀଙ୍କ ଚରଣରେ ରଖିବା ଆବଶ୍ୟକ ।
୬ . ଯଦି ଆପଣ ପର୍ସରେ ରୁଦ୍ରାକ୍ଷ ରଖନ୍ତି ତେବେ ଧନ ଲାଭ ହୋଇଥାଏ । ଏହାଦ୍ବାରା ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୭ . ନିଜ ପିତାମାତା କିମ୍ବା ଗୁରୁଜନଙ୍କ ଠାରୁ ଆଶୀର୍ବାଦ ସ୍ୱରୂପ ମିଳିଥିବା ନୋଟରେ ଚନ୍ଦନ ଏବଂ କେଶର ଲଗାଇ ନିଜ ପର୍ସରେ ରଖିଲେ ସର୍ବଦା ଧନ ବୃଦ୍ଧି ହୋଇଥାଏ ।
୮ . ଏହାବ୍ୟତୀତ ଯଦି ଆପଣ ନୋଟକୁ ମୋଡି ରଖୁଛନ୍ତି ତେବେ ତାହା ଦ୍ୱାରା ଆର୍ଥିକ କ୍ଷତି ହେବ । ତେଣୁ ସର୍ବଦା ନୋଟକୁ ସିଧା ରଖନ୍ତୁ। ଦେଖିବେ ଅଯଥା ଖର୍ଚ୍ଚରୁ ମଧ୍ୟ ମୁକ୍ତି ମିଳିବ ।
କୌଣସି ବ୍ୟକ୍ତି ସର୍ବଦା ରାଜଯୋଗ ସହିତ ଜନ୍ମ ନେଇ ନଥାଏ । କାହାର କେତେବେଳେ ଖରାପ ସମୟ ଚାଲିଥାଏ ତ କାହାର କେତେବେଳ ଖରାପ ସମୟ ଚାଲିଥାଏ । ମାତ୍ର ମନୁଷ୍ୟର ରାଜଯୋଗ ସମୟରେ ଯଦି ସେହି ସମୟକୁ ଜାଣି ସେ ଭଲ ଭାବରେ କାମ କରେ ତେବେ ତାହା ଅଧିକ ଫଳପ୍ରଦ ହୋଇଥାଏ । ସେହି ସମୟରେ ପରିଶ୍ରମର ଆବଶ୍ୟକତା ରହିଥାଏ । ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ତେବେ କଷ୍ଟ ସମୟରେ ସର୍ବଦା ଶାନ୍ତ ରୁହନ୍ତୁ ଏବଂ ଭଲ ସମୟ ଆରମ୍ଭ ହେଲେ କାମ ଭଲରେ କରନ୍ତୁ ।
ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜର ଶୁକ୍ରକୁ ମଜବୁତ କରି ପାରିବେ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଏବଂ ଶୁକ୍ରଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ ଏକ ଗ୍ଲାସ ପାଣିରେ କଞ୍ଚା ଅଳେଇଚର କିଛି ଦାନା ମିଶାଇ ପାଣିକୁ ଫୁଟାଇ ଦିଅନ୍ତୁ ଏବଂ ତାହାକୁ ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ଶୁକ୍ର ମଜବୁତ ହୋଇଥାଏ । ଏହାକୁ ଆପଣ ଥରେ କରି ପ୍ରତ୍ୟେକ ଦିନ ପାଣିରେ ଅଳ୍ପ ଅଳ୍ପ ମିଶାଇ ସ୍ନାନ କରି ପାରିବେ । ଏହାଦ୍ବାରା ଶୁକ୍ର ମଜବୁତ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।