ଓଡିଶା

ଦିନକ ପରେ ନୂଆଁଖାଇ, ଶେଷ ହେଲା ସିନ୍ଦୂର ଲାଗି ପରମ୍ପରା

ମ୍ବଲପୁର : ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ଜିଲ୍ଲା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ଘରକୁ ଫେରିଛନ୍ତି । ହାଟବଜାର ଗହଳ ଚହଳ । କାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ ହେବ । ଏହା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି ।

ଗତକାଲି ମାଆଙ୍କୁ ଲାଗି ହୋଇଛି ନୂତନ ସିନ୍ଦୂର । ପ୍ରଥମେ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା ପରେ ମା’ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫ ଦେବଦେବୀଙ୍କୁ ନୂତନ ସିନ୍ଦୂର ଲାଗି କରାଯାଇଥିଲା । ମନ୍ଦିର ଚାରିପାଖରେ ଥିବା ପାର୍ଶ୍ବ ଦେବଦେବୀଙ୍କୁ ନୂଆଖାଇ ପୂର୍ବରୁ ସିନ୍ଦୂର ଲଗାଇବାର ପରମ୍ପରା ରହିଛି ।

ସେପଟେ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ ଏକାଠି ହୋଇ ଜୁହାର ଭେଟ୍ ହେବେ । ସୁନ୍ଦରଗଡ଼ରେ ଥିବା ଜୟଶଙ୍କର ସେବାଶ୍ରମରେ ନୂଆଖାଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button