ସ୍ୱାସ୍ଥ୍ୟ

କାହିଁକି ହୁଏ ରୂପି ଜାଣନ୍ତୁ ଏହାର ମୁଖ୍ୟ କାରଣ ସହ ସମ୍ପୂର୍ଣ ସରଳ ନିରାକରଣ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନେକଙ୍କ କ୍ଷେତ୍ରରେ ଡ୍ୟାଣ୍ଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ। କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ। ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ ।
Special report
ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣନ୍ତୁ। ଯଦି ଡେଣ୍ଡ୍ରଫ ହେଉଛି ତା ହେଲେ ତେଲ ଲଗେଇବେ ନାହିଁ। ଅନେକ ଲୋକ ଡେଣ୍ଡ୍ରଫ ହେଲେ ତେଲ ଲଗାଇ ଥାନ୍ତି ତେଲ ଲଗାଇବା ଦ୍ଵାରା ସେହି ଫଙ୍ଗସ ତାକୁ ଖାଦ୍ୟ ମିଳିବ।
ଅନେକ ଲୋକ ରୁପି ହେଲେ ତେଲ, ଅଣ୍ଡା, ଦହି ଓ ଲେମ୍ବୁ ଆଦି ଲଗାନ୍ତି। ବନ୍ଧୁଗଣ ରୁପି ହେଲେ ଆପଣଙ୍କୁ ଏ ସବୁ ଜିନିଷ ଲଗାଇବା ଉଚିତ ନୁହେଁ। ଯଦି ଆପଣଙ୍କ ରୁପି ହେଉଛି ଓ ଆପଣ ଡାକ୍ତରଙ୍କ ପାଖକୁ ଯାଇ ପାରିଲେ ନାହିଁ ତା ହେଲେ ପ୍ରଥମ ନିୟମ ହେଉଛି
Special report
ଆପଣ ସେହି ସ୍ଥାନରେ ନଖ ମାରିବେ ନାହିଁ। ଦ୍ଵିତୀୟ ନିୟମ ହେଉଛି ଆପଣ ମୁଣ୍ଡ ସବୁ ଦିନ ଧୋଇବେ।ବହୁତ ଲୋକ ଶୀତ ଦିନରେ ମୁଣ୍ଡ ଧୋଇ ନଥାନ୍ତି ଯାହାଫଳରେ ରୁପି ଆଦି ସମସ୍ୟା ହୋଇଥାଏ।
ବନ୍ଧୁଗଣ ଆପଣ ମାନେ ନଖ ଉଷୁମ ପାଣିରେ ମୁଣ୍ଡ ଧୋଇବା ଉଚିତ। ଆପଣମାନେ ମାର୍କେଟରୁ ମିଳୁ ଥିବା ଯେକୌଣସି ସାମ୍ପୁର ବ୍ୟବହାର କରନ୍ତୁ ନାହିଁ । ଆପଣ ମାନେ ଡାକ୍ତରଙ୍କ ପରାମର୍ଶ ନେଇ ସାମ୍ପୁ ନିଅନ୍ତୁ ।
Special report
ଆପଣଙ୍କ ସ୍ଥିତି ଦେଖି ଡାକ୍ତର କହିବେ ଆପଣଙ୍କୁ ସପ୍ତାହରେ କେତେ ଥର କେସ ଧୋଇବା ଉଚିତ। ସାମ୍ପୁ ଲଗାଇବାର ବି କିଛି ଉପାୟ ରହିଛି। ଗୋଟେ ଗୋଟେ ସାମ୍ପୁ ଅଛି ଯାହାକୁ ଲଗାଇ ତିନି ମିନିଟ ମସାଜ କରାଯାଏ ଓ ତିନି ମିନିଟ ପରେ କେଶ ଧୁଆ ଯାଏ। ଏମିତି ମଧ୍ୟ ସାମ୍ପୁ ଅଛି ଯାହାକୁ ଲଗାଇ ୪୫ ମିନିଟ ପରେ କେଶ ଧୁଆ ଯାଏ।
Special report
ତେଣୁ ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ। ଏହାସହିତ ଆପଣମାନେ ବାହାରକୁ ଯିବା ବେଳେ କୌଣସି ରୁମାଲ ବା କ୍ୟାପ ପିନ୍ଧି ଯିବା ନିହାତି ଆବଶ୍ୟକ ଏହା ଦ୍ଵାରା ପ୍ରଦୂଷିତ ଧୁଳି ଆପଣଙ୍କ କେଶକୁ ଡ୍ୟାମେଜ କରିବ ନାହିଁ।
ବନ୍ଧୁଗଣ ଶୀତ ଦିନରେ ବହୁତ କେଶ ମରିଯାଇଥାଏ ଓ ସାମ୍ପୁ କରିବା ବେଳେ ତାହା ଝଡି ଯାଇଥାଏ। ତେଣୁ ଯଦି ଆପଣଙ୍କ କେଶ ଥଣ୍ଡା ଦିନରେ ଝଡୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ତାହା ପୁଣି ବଢିଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button