ସଜନା ଶାଗ ଖାଉଥିଲେ ଜାଣନ୍ତୁ ଏହି ଭୟଙ୍କର କଥା, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ
ସଜନା ଶାଗକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଏହାର ତରକାରୀ ଓ ଭଜା ଅତି ସ୍ଵାଦିଷ୍ଟ ହୋଇଥାଏ । ଏହାର ଫଳ ଏବଂ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଫାଇଦା ଲୁଚି ରହିଛି ।। ଆଜି ଆମେ ସଜନା ପତ୍ରର ଚମତ୍କାରୀ ଫାଇଦା ବିଷୟରେ ଜାଣିବା । ଏମିତି ମାନାଯାଏ କି, ୧୦୦ ଗ୍ରାମ ସଜନା ପତ୍ରରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ । ସାଥିରେ ଏକ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣା ଅଧିକ ଭିଟାମିନ-ସି ମିଳିଥାଏ ।
ସଜନା ପତ୍ରରେ କ୍ୟାଲସିୟମ ଓ ଭିଟାମିନ-ସି ସହିତ ପ୍ରୋଟିନ, ପୋଟାସିୟମ, ଆଇରନ, ମ୍ୟାଗ୍ନେସିୟମ ଏବଂ ଭିଟାମିନ-ବି କମ୍ପ୍ଲେକ୍ସ ଭରପୁର ମାତ୍ରାରେ ଥାଏ । ସଜନା ପତ୍ର ଅନେକ ପ୍ରକାର ରୋଗରେ ଆମ ପାଇଁ ଲାଭଦାୟକ ହୋଇଥାଏ । ହଇଜା, ଝାଡାବାନ୍ତି ଓ ଜଣ୍ଡିସ ଭଳି ରୋଗୀଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭକାରୀ ହୋଇଥାଏ । ବହୁତ ଅଧିକ ଥଣ୍ଡା ହୋଇ ଯାଇଥିଲେ ଏହାର ପାତ୍ର ଏବଂ ଫଳକୁ ଆଣିରେ ଫୁଟାଇ ଏହାର ବାମ୍ଫ ନେବା ଦ୍ଵାରା ଆପଣଙ୍କର ବନ୍ଦ ହୋଇ ଯାଇଥିବା ନାକ ଖୋଲିଥାଏ ।
ଏହାସହ ଶରୀରର ବ୍ୟଥା ବି କମ୍ ହୋଇଥାଏ । ଏହାକୁ ନିୟମିତ ରୂପେ ଖାଇବା ଦ୍ଵାରା ଏନିମିଆ ଅର୍ଥାତ ରକ୍ତର ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁପୋଷଣ ଦୂର କରି ଭଲ ପୋଷକତତ୍ତ୍ଵ ଦେଇଥାଏ । ଏହା ସେବନ କରିବା ଦ୍ଵାରା ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ ।
ଏହା ସମଗ୍ର ସ୍ୱାସ୍ଥ୍ୟର ସୁଧାର କରିଥାଏ ତଥା ପୋଷଣ ଏବଂ ଊର୍ଜା ଦେଇଥାଏ । ଏହା ପ୍ରୋଟିନ ଏବଂ ଭିଟାମିନରେ ଭରପୁର ଅଟେ ଏବଂ କୋଷ୍ଠକାଠିନ୍ଯକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଏଥିରେ ଫାଇବର ମଧ୍ୟ ଭରପୁର ମାତ୍ରାରେ ମିଳିଥାଏ, ଯାହା ଆମ ପାଚନତନ୍ତ୍ରକୁ ଠିକ ରଖିଥାଏ । ଏହି କାରଣରୁ ପେଟ ସମ୍ବନ୍ଧିତ ସବୁ ସମସ୍ଯା ଦୂର ହୋଇଥାଏ ।
ଉଚ୍ଚ କ୍ୟାଲସିୟମ ମାତ୍ରା ହେବା କାରଣରୁ ଏହା ଆମ ହାଡକୁ ମଧ୍ୟ ମଜବୁତ କରିଥାଏ । ଏହା ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ବହୁତ ଲାଭଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ ଏବଂ ଆମ ଆଖି ଓ ମସ୍ତିଷ୍କକୁ ମଧ୍ୟ ପୋଷଣ ପ୍ରଦାନ କରିଥାଏ । ଏହା ସହଜରେ ମିଳିଥାଏ ଏବଂ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନଥାଏ ।
ସଜନା ଶାଗ ଆପଣଙ୍କ ରକ୍ତଚାପ ବା ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ଏହା ସହଜରେ ମିଳିଯାଏ ଓ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନଥାଏ । ସଜନା ପତ୍ରର ଫାଇଦା ଉଠାଇବା ପାଇଁ ଏହାକୁ ତରକାରୀ ବନେଇ କିମ୍ବା ସମ୍ବରରେ ପକାଇ ଖାଇପାରିବେ ।ହଇଜା ପାଇଁ ଏହାକୁ ପାଣିରେ ଫୁଟାଇ ପିଇ ପାରିବେ ଓ ଆପଣ ଏହାର ପାଉଡର ବନେଇ ମଧ୍ୟ ଖାଇପାରିବେ । ଏହି ଗୁଣ୍ଡକୁ ଆପଣ ଭୋଜନ ସହିତ ଗୋଟିଏ ଦିନରେ ତିନିଥର ସେବନ କରିବା ଦ୍ଵାରା ସଂପୂର୍ଣ୍ଣ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ ।