କ୍ରୀଡା

ମହିଳା ହକି ୫ଏସ୍‌ ଏସିଆ କପ୍‌: ଭାରତର ବିଜୟ ଅଭିଯାନ – Utkal Mail


ସଲାଲା: ଓମାନର ସଲାଲାରେ ଆରମ୍ଭ ହୋଇଥବା ମହିଳା ହକି ୫ଏସ୍‌ ଏସିଆ କପ୍‌ ପ୍ରତିଯୋଗିତାରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ୭-୨ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛି। ନଭଜୋତ କୌର (୩ ଓ ୨୮ ମିନିଟ୍‌) ଓ ଓଡ଼ିଆ ଖେଳାଳି ଦୀପି ମୋନିକା ଟୋପ୍ପୋ (୧୨ ଓ ୨୦ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ଅକ୍ଷତା ଢେକାଲେ ୪ ମିନିଟ୍‌, ମାରିଆନା କୁଜୁର ୧୭ ମିନିଟ୍‌ ଓ ମହିମା ଚୌଧୁରୀ ୨୭ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ। ମାଲେସିଆର ୱାନ୍‌ ୱାନ୍‌ ୭ ମିନିଟ୍‌ ଓ ଜାଫିରା ଅଜିଜ୍‌ ୧୧ ତମ ମିନିଟ୍‌ରେ ଦୁଇଟି ଗୋଲ୍‌ ଶୁଝିବାକୁ ସକ୍ଷମ ହୋଇଥିଲେ। ଭାରତର ପରବର୍ତ୍ତୀ ମୁକାବିଲାରେ ଶନିବାର ଜାପାନକୁ ଭେଟିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button